କେବଳ ଅଫିସ୍ କାମ ପାଇଁ ହିନ୍ଦୀ: ଏମ୍ସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଏମ୍ସରେ ହିନ୍ଦୀ ଭାଷାର ବ୍ୟବହାର ବାଧ୍ୟତାମୂଳକକୁ ନେଇ ଆଜି ରାଜନୀତି ଜୋର୍ ଧରିଛି । ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡିର ପ୍ରତିନିଧି ମଣ୍ଡଳୀ ଏମ୍ସକୁ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦାବିପତ୍ର ଦେଇଛନ୍ତି । ମାତ୍ର ଏମ୍ସ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ହିନ୍ଦୀ କେବଳ ପ୍ରାଶାସନିକ କାମରେ ବ୍ୟବହାର ହେବ । ରୋଗୀମାନେ କିନ୍ତୁ ଆଗଭଳି ଓଡ଼ିଆରେ ସବୁ ବ୍ୟବହାର କରିବେ ।
ପ୍ରତିନିଧି ଦଳ କହିଛି, ଓଡ଼ିଆ ଲୋକଙ୍କ ସ୍ୱାର୍ଥ ଲାଗି ଓଡ଼ିଆର ବ୍ୟବହାର ହେଉ । ଓଡ଼ିଆ ଭାଷାରେ ସେବା ମିଳିଲେ, ଓଡ଼ିଶା ଲୋକ ସହଜରେ ବୁଝିପାରିବେ । ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଓଡ଼ିଆ ଭାଷାକୁ କେହି ତଳକୁ ଦେଖାଇବାକୁ ଚେଷ୍ଟା କଲେ, ଆମେ ଏହାକୁ ଗ୍ରହଣ କରିବୁନି । ଓଡ଼ିଶାରେ ଥିବା ଅନୁÂାନ ଓଡ଼ିଆ ଭାଷାକୁ ଗ୍ରହଣ ନକଲେ, ବରଦାସ୍ତ କରାଯିବନି ।
ଏମ୍ସ ହେଉଛି ସର୍ବସାଧାରଣ ଅନୁÂାନ । ଲୋକେ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି । ତେଣୁ ଓଡ଼ିଆ ଲୋକଙ୍କ ସ୍ୱାର୍ଥଲାଗି ଓଡ଼ିଆ ଭାଷାର ବ୍ୟବହାର ହେଉ । ତେଣୁ ରାଜ୍ୟ ଓ ଭାଷା ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରକୁ ବର୍ଦାସ୍ତ କରାଯିବନି । ଓଡ଼ିଆ ଭାଷା ବହୁଳ ବ୍ୟବହାର ପାଇଁ ଏମ୍ସ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରନ୍ତୁ ।
ପ୍ରତିନିଧିମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ଅନୁଭବ ମହାନ୍ତି, ସସ୍ମିତ ପାତ୍ର, ଶର୍ମିÂା ସେଠୀ, ସରୋଜିନୀ ହେମ୍ବ୍ରମ୍, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ଏମ୍ସ ନିଦେ୍ର୍ଧଶକ ପ୍ରଫେସର ଗୀତାଞ୍ଜଳୀ ବାତ୍ମାନବାନେଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଏ ସମ୍ପର୍କରେ ନିଦେ୍ର୍ଧଶକ ପ୍ରଫେସର ବାତମାନବାନେ କହିଛନ୍ତି, ହିନ୍ଦୀ କେବଳ ପ୍ରାଶାସନିକ କାର୍ଯ୍ୟ ପାଇଁ ବ୍ୟବହାର ହେବ । ରୋଗୀମାନେ ଆଗଭଳି ଓଡ଼ିଆ ଓ ଇଂରାଜୀରେ ଫର୍ମ ପୂରଣ କରିପାରିବେ । ଏହା ହେଉଛି କାର୍ଯ୍ୟାଳୟ ସମ୍ପର୍କିତ ଆଭ୍ୟନ୍ତରୀଣ ବିଜ୍ଞପ୍ତି । ଯେଉଁମାନେ ହିନ୍ଦି ମିଡ଼ିୟମରେ ପଢ଼ିଛନ୍ତି, ସେହି କର୍ମଚାରୀମାନେ ହିଁ ହିନ୍ଦୀରେ ହସ୍ତାକ୍ଷର କରିବେ । ଇମ୍ପ୍ଲିମେଣ୍ଟେସନ୍ ଅଫ୍ ଅଫିସିଆଲ୍ ଲାଙ୍ଗୁଏଜ୍ ଆକ୍ଟକୁ କାର୍ଯ୍ୟ କରିବାକୁ ଏହି ନିଦେ୍ର୍ଧଶନାମା ଜରି ହୋଇଛି । ଏମ୍ସରେ ଓଡ଼ିଆ ଭାଷାକୁ ଆଗକୁ ଗୁରୁତ୍ୱ ମିଳିଥିଲା । ଏବେ ମିଳୁଛି, ଭବିଷ୍ୟତରେ ମଧ୍ୟ ମିଳିବ । ଏମିତିକି ନର୍ସିଂ କଲେଜରେ ଓଡ଼ିଆ ଭାଷା ସମ୍ପର୍କରେ ମଧ୍ୟ ଶିକ୍ଷା ଦିଆଯାଉଛି । ବିଜ୍ଞପ୍ତିକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି । ଏ ନେଇ ଏମ୍ସ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ଜାରି କରାଯାଇଛି ।
ଏ ପଟେ ଆଜି ବିଜେପି ନେତା ଖାରବେଳ ସ୍ୱାଇଁ ବିଜେଡିକୁ ଟାର୍ଗେଟ କରିଛନ୍ତି, ଓଡ଼ିଆ ନୁହେଁ, ଇଂରାଜୀ ଭାଷା ପାଇଁ ଦଳ କାନ୍ଦୁଛି । ବିଜ୍ଞପ୍ତିରେ ଓଡ଼ିଆ ଭାଷା ବ୍ୟବହାର ହେବନି ବୋଲି କେଉଁଠି ମଧ୍ୟ ଲେଖାଯାଇନି । ଓଲଟା ପ୍ରଶ୍ନ ପଚାରି ଶ୍ରୀ ସ୍ୱାଇଁ କହିଛନ୍ତି, ଏସ୍ସିବି, ଭିମ୍ସାର ଓ ଏମ୍କେସିଜିରେ ସବୁ ସରକାରୀ ଚିଠି କ’ଣ ଓଡ଼ିଆ ଭାଷାରେ ଦିଆନିଆ ହେଉଛି? ଖାଲି ଏତିକି ନୁହେଁ, ଲୋକସେବା ଭବନରେ ଦିଆନିଆ ହେଉଥିବା ଚିଠି ମଧ୍ୟ ଇଂରାଜୀରେ ହେଉଛି । ବିଜେଡି ଏବେ ଶସ୍ତା ରାଜନୀତି କରି ଲୋକପ୍ରିୟତା ସାଉଣ୍ଟିବାକୁ ନୂଆ ଅଭିନୟ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons