ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିÂାନ (ଏନ୍ଆଇଟି)ର ୧୭ତମ ସମାବର୍ତ୍ତନ ଉତ୍ସବ ଆଜିି ଅନୁÂାନର ଏନ୍ସିସି ଗ୍ରାଉଣ୍ଡରେ ଅନୁÂିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନାକ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ବୀରେନ୍ଦ୍ର ସିଂହ ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ଡିଗ୍ରୀ ପାଇଁ ଯୋଗ୍ୟ ବିବେଚିତ ଓ ବିଦ୍ୟାର୍ଥୀମାନଙ୍କ ଉଦେ୍ଧଶ୍ୟରେ ଡ. ଚୌହାନ କହିଛନ୍ତି କେବଳ ଉଚ୍ଚ ଶିକ୍ଷା ନିଯୁକ୍ତି ପାଇଁ ଜରୁରୀ ନୁହେଁ ।
ଡ. ଚୌହାନ ତାଙ୍କ ବକ୍ତବ୍ୟରେ ଶିକ୍ଷାର ସ୍ୱରୂପ, ରାଷ୍ଟ୍ରଗଠନରେ ବିଦ୍ୟାର୍ଥୀମାନଙ୍କ ଗୁରୁ ଦାୟିତ୍ୱ, ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରି ଅନେକ ଉଦାହରଣ ଦେଇଥିଲେ । ବିଶେଷକରି ଉତ୍ତମ ଶିକ୍ଷା ଓ ସଫଳତାର ସୂତ୍ର ସମ୍ପର୍କରେ ସେ ସ୍ୱାମୀ ବିବେକାନନ୍ଦଙ୍କ ବାଣୀର ଉଦାହରଣ ଦେଇ ବିଦ୍ୟାର୍ଥୀମାନେ ଏହାର ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଏନ୍ଆଇଟି ରାଉରକେଲା ସବୁଜ ଓ ସୁନ୍ଦର ପରିବେଶ ପାଇଁ ସେ ଅନୁÂାନର କର୍ମକର୍ତ୍ତାମାନଙ୍କ ସମେତ ମାଳି ଓ ବଗିଚା କାମ କରୁଥିବା କର୍ମଚାରୀମାନଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଥିଲେ ।
ଅନୁÂାନର ପରିଚାଳନା ସମିତିର ଅଧ୍ୟକ୍ଷ ଡ. ସନ୍ତୃପ୍ତ ବି. ମିଶ୍ର ଏଥିରେ ଉଦ୍ବୋଧନ ଦେଇ ନେତୃତ୍ୱ ନେବାର କଳା ସମ୍ପର୍କରେ ଉଦାହରଣ ମାଧ୍ୟମରେ ଗୁରୁମନ୍ତ୍ର ଦେଇଥିଲେ । ଏହା ସହିତ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା, ଏନ୍ଆଇଟି ରାଉରକେଲାର ଶିକ୍ଷା ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ଅନୁÂାନର ନିଦେ୍ର୍ଧଶକ ପ୍ରଫେସର ଅନିମେଶ ବିଶ୍ୱାସ ତାଙ୍କ ଉଦ୍ବୋଧନରେ ୧୭ତମ ସମାବର୍ତ୍ତନ ଉତ୍ସବର ବିବରଣୀ ପ୍ରଦାନ କରିଥିଲେ । ଚଳିତ ସମାବର୍ତ୍ତନ ଉତ୍ସବରେ ମୋଟ ୧୭୧୮ ସ୍ନାତକ, ୬୦୬ ସ୍ନାତକୋତ୍ତର ଓ ୧୪୧ ଜଣ ପିଏଚ୍ଡି ଡିଗ୍ରୀଧାରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ବୋଲି ସେ ତାଙ୍କ ବିରଣୀରେ ସୂଚନା ପ୍ରଦାନ କରିଥିଲେ । କୁଳ ସଚିବ ପ୍ରଫେସର ପ୍ରଦୀପ୍ତ କୁମାର ଦାସଙ୍କ ସମେତ ଡିନ୍ ଏକାଡେମିକ ପ୍ରଫେସର ସରୋଜ କୁମାର ପଟେଲ ଓ ଅନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ୧୩ଜଣଙ୍କୁ ସ୍ୱର୍ଣ୍ଣ ପଦକ ସହିତ ଅନ୍ୟାନ୍ୟ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା । ସର୍ବଶ୍ରେÂ କୃତୀ ଛାତ୍ରୀ ଭାବେ ଶ୍ରୀୟା ସାଇନାଥଙ୍କୁ ଏନ୍ଆଇଟି ସ୍ୱର୍ଣ୍ଣପଦକ ସହ ପ୍ରଫେସର ବି.ବେହେରା ମେମୋରିଆଲ ସ୍ୱର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯାଇଛି ।
ଏହା ସହିତ ଏନ୍ଆଇଟି ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ପ୍ରଫେସର ମନୋଜ ରଞ୍ଜନ ନାୟକ (୧୯୮୩ ବ୍ୟାଚ୍ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ପ୍ରତିÂାତା ସୋଆ ବିଶ୍ୱବିଦ୍ୟାଳୟ), ପ୍ରଫେସର ପ୍ରଭାସ ରଞ୍ଜନ ମହାପାତ୍ର, ପ୍ରଫେସର ସିଆର ଦାସ, ପ୍ରଫେସର ବିକେ ମିଶ୍ର, ପ୍ରଫେସର ସରିତ କୁମାର ଦାସ, ଇଂ. ଏସ୍ପି ରାଓ, ଇଂ. ଅରୁଣ କୁମାର ରଥ, ପ୍ରଫେସର ସୁକାନ୍ତ କେ. ମହାପାତ୍ର, ଦେବ ଭଟ୍ଟାଚାର୍ଯ୍ୟ, ଲଲାଟେନ୍ଦୁ ରଥ ଏବଂ ଇଂ. ଦୀପ୍ତିରଞ୍ଜନ ପଟ୍ଟନାୟକ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସୋଆ ପ୍ରତିÂାତା ପ୍ରଫେସର ମନୋରଞ୍ଜନ ନାୟକ କୌଣସି କାରଣରୁ ଆସିପାରିନଥିବାରୁ ତାଙ୍କର ପ୍ରତିନିଧି ଭାବେ ସୋଆ ଡିନ୍ ପ୍ରଫେସର ପି.କେ.ନନ୍ଦ ଉକ୍ତ ସମ୍ବର୍ଦ୍ଧନା ଓ ମାନପତ୍ର ଗ୍ରହଣ କରିଥିଲେ । ଏହି ସମାବର୍ତ୍ତନ ଉତ୍ସବରେ ଏନ୍ଆଇଟିର ସିନେଟ ମେମ୍ବର, ଏକାଡେମିକ ମୁଖ୍ୟ, ବିଭାଗୀୟ ମୁଖ୍ୟ, ରେଜିଷ୍ଟ୍ରାର ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ସମାବର୍ତ୍ତନ ଉତ୍ସବରେ ବହୁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.