ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେରଳରେ ହାତୀକୁ ବର୍ବର ଶୈଳୀରେ ହତ୍ୟା କରାଯିବା ପରେ ଆଜି (ଶୁକ୍ରବାର) ଓଡ଼ିଶା ସରକାର ହାତୀମାନଙ୍କୁ ସୁରକ୍ଷା ପାଇଁ ଆଲଟ୍ ଜାରି କରିଛନ୍ତି । ରାଜ୍ୟ ପିସିସିଏଫ୍ ଆଜି (ଶୁକ୍ରବାର) ଜଙ୍ଗଲ ବିଭାଗର ବରିÂ ଅଧିକାରୀମାନଙ୍କୁ ଚିଠି ଲେଖି ଏନେଇ ସତର୍କ କରାଇ କହିଛନ୍ତି ଯେ, ହାତୀମାନଙ୍କର ଗତିବିଧିକୁ ନଜର ରଖି ଗାଁ ଲୋକଙ୍କୁ ତ୍ୱରିତ ସୂଚନା ଦେବାକୁ ପରାମର୍ଶ ଦେଇଛନ୍ତି । ହାତୀଙ୍କ ବାସସ୍ଥଳୀ କମିଛି, ହାତୀଙ୍କୁ ଗ୍ରହଣ କରିବାର ମାନସିକତା ବି କମିଛି । ହାତୀମାନେ ବାହାରିବେ, ଫସଲ ଓ ଅନ୍ୟାନ୍ୟ ନଷ୍ଟ କରିବେ, ସେଥିପାଇଁ ସରକାରୀ ସହାୟତା ବି ମିଳିବ । ତେଣୁ ହାତୀଜନିତ କ୍ଷୟକ୍ଷତି ନେଇ ଲୋକମାନଙ୍କୁ ପିସିସିଏଫ୍ ଆଶ୍ୱସନା ଦେବା ସହ ହାତୀମାନଙ୍କର କ୍ଷତି ନ କରିବାକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ୧୯୯୯ ମସିହାରେ ରାଜ୍ୟର ହାତୀ ସଂଖ୍ୟା ୧୮୨୭ ଥିଲାବେଳେ ୨୦୧୦ ମସିହାରେ ଏହା ବୃଦ୍ଧି ପାଇ ୧୮୮୬ରେ ପହଞ୍ଚିଥିଲା । ସେହିପରି ୨୦୧୨ ରେହାତୀ ସଂଖ୍ୟା ୧୯୩୦ ଓ ୨୦୧୭ ମସିହାରେ ୧୯୭୬କୁ ବୃଦ୍ଧି ପାଇଥିଲା । ଓଡ଼ିଶାର ବିସ୍ତୃତ ଜଙ୍ଗଲରେ ୧୭୦୦ରୁ ୧୮୦୦ ପର୍ଯ୍ୟନ୍ତ ହାତୀଙ୍କୁ ସଠିକ୍ ଭାବେ ପରିଚାଳନା କରିହେବ ବୋଲି ଜଙ୍ଗଲ ବିଭାଗ ସୂତ୍ରରୁ ସୂଚନା ମିଳିଛି ।
Comments are closed, but trackbacks and pingbacks are open.