କୋଇଲା ମାଫିଆଙ୍କ ମାଡ଼ରେ ଦୁଇ ସିଆଇବି ପୁଲିସ ଗୁରୁତର

Get real time updates directly on you device, subscribe now.

ଚନ୍ଦବାଲି,(ବି.ବି.ନୁ୍ୟଜ): ଯାଜପୁର ଏବଂ ଖୋର୍ଦ୍ଧା ଡିଭିଜନ୍ର କ୍ରାଇମ୍ ଇଣ୍ଟେଲିଜେନ୍ସ ବ୍ରାଞ୍ଚ (ସିଆଇବି)ର ଅଧିକାରୀମାନଙ୍କୁ ନିର୍ଦ୍ଧୁମ ମାଡ଼ ମରାଯାଇଛି । ଏକ ଇଟାଭାଟିରେ ଧାମରା ରେଳପଥରୁ ଚୋରି କୋଇଲା ବ୍ୟବହାର ହେଉଥିବା ନେଇ ଉକ୍ତ ଟିମ ଚଢ଼ଉ କରିଥିଲା । ଚଢ଼ଉ ବେଳେ ଭାଟି ମାଲିକ ନିଜ ସମର୍ଥକ ସମେତ ଗାଁ ଲୋକେ ଉକ୍ତ ଟିମ୍ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଦୁଇ ଜଣ ସିଆଇବି ଅଧିକାରୀ ଗୁରୁତର ହୋଇଛନ୍ତି । ଲହୁଲୁହାଣ ଅବସ୍ଥାରେ ସେମାନଙ୍କ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ବୁଧବାର ଭୋରୁ ଭୋରୁ ଯାଜପୁର ଓ ଖୋର୍ଦ୍ଧା ଡିଭିଜନ୍ର କ୍ରାଇମ୍ବ୍ରାଞ୍ଚ୍ ଇଣ୍ଟେଲିଜେନ୍ସର ୭ଜଣ ଅଧିକାରୀ ଗୁରୁଦାସପୁର ରେଳ ଷ୍ଟେସନ୍ଠାରୁ ନାଲ୍ଗୁଣ୍ଡା ଯାଏଁ ତନଖି ଆରମ୍ଭ କରିଥିଲେ । ଏହି ଅଧିକାରୀଙ୍କ ଲକ୍ଷ୍ୟ ଥିଲା ଇଟାଭାଟି ଉପରେ । ଚାନ୍ଦବାଲି ବ୍ଲକ ଅଧୀନ ନାଲଗୁଣ୍ଡା ପଞ୍ଚାୟତ ପଳାସପୁର ଗାଁ ମୁଣ୍ଡରେ ଏକ ଇଟାଭାଟି ଦେଖି ସେହି ସ୍ଥାନକୁ ଟିମ ଯାଇଥିଲା । ସେଠାରେ ଜଣେ ଲୋକ କୋଇଲା ବସ୍ତା ଏହି ଭାଟିରେ ଗଦା କରୁଥିବା ନଜର ପଡ଼ିଥିଲା । ଇଟାଭାଟି ମାଲିକ ପଳାସ ପୁର ଗାଁର ସୁବାସ ରାଉତଙ୍କୁ ଧରିବା ପରେ ଚତୁର ଇଟାଭାଟି ମାଲିକ ଚି+ାର କରି ମାରି ପକାଇଲେ ଧାଇଁ ଆସ ବୋଲି ଡାକ ପକାଇଥିଲେ । ସୁବାସଙ୍କ ଡାକ ଶୁଣି ୩୦ରୁ ଅଧିକ ଗାଁ ଲୋକେ ବାଡ଼ି, ଠେଙ୍ଗା ଓ ମାରଣାସ୍ତ୍ର ଧରି ଘଟଣା ସ୍ଥଳରେ ପହଞ୍ଚି୍ ସିଆଇବିର ଅଧିକାରୀଙ୍କୁ ନିର୍ଦ୍ଧୁମ୍ ପିଟିଥିଲେ । ଲୋକଙ୍କ ଠେଙ୍ଗା ମାଡ଼ରେ ସବ୍ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଣ୍ଡା ଏବଂ କନେଷ୍ଟବଳ ମୁକେଶ କୁମାର ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ । ଲୋକମାନେ ଏହି ଅଧିକାରୀଙ୍କୁ ଘେରିଯାଇ ଅଧଘଣ୍ଟାଏ ଅଟକ ରଖିଥିଲେ । ମତୋ ଫାଣ୍ଡି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି୍ଥିଲା । ଭଦ୍ରକରୁ ଆର୍ପିଏଫ୍ର ଅନ୍ୟ ଅଧିକାରୀ ଫୋର୍ସଙ୍କ ସହ ଘଟଣାସ୍ଥଳକୁ ଯାଇ ଲୋକଙ୍କ କବଳରୁ ଗୁରୁତର ୨ ଜଣଙ୍କୁ ଉଦ୍ଧାର କରି ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରିସ୍ଥିତି ସାଙ୍ଘାତିକ ହେବାରୁ ପୁଲିସ୍ ନିଜ ଗାଡ଼ିରେ ଭଦ୍ରକ ଡାକ୍ତରଖାନାକୁ ନେଇଥିଲା । ଅନ୍ୟପକ୍ଷରେ ସିଆଇବି ଅଧିକାରୀଙ୍କ ମାଡ଼ରେ ସୁବାସ ଆହତ ହୋଇଛନ୍ତି ବୋଲି ତାଙ୍କ ପତ୍ନୀ ଚାନ୍ଦବାଲି ଥାନାରେ ଏତଲା ଦେଇଛନ୍ତି । କିନ୍ତୁ ସବୁ ଘଟଣାର ମୁଖ୍ୟ ନାୟକ ସୁବାସ ମୋବାଇଲ୍ ସୁଇଚ୍ ଅଫ୍ କରି ଫେରାର ହୋଇଯାଇଛି । ଅନ୍ୟପକ୍ଷରେ ଖୋର୍ଦ୍ଧା ଡିଭିଜନ୍ର ସିଆଇବି ଅଧିକାରୀ କେବି ନାୟକ ଚାନ୍ଦବାଲି ଥାନାରେ ପହଞ୍ଚି ୩୦ ଜଣଙ୍କ ନାମରେ ଏତଲା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଯଶିପୁର ଅଞ୍ଚଳରେ ଆର୍ପିଏଫ୍ ଅଫିସର୍ଙ୍କୁ ଏହି ମାଫିଆମାନେ ଗାଡ଼ି ଅଟକାଇ ଆକ୍ରମଣ କରିଥିବା ବେଳେ ଆଜି ଏହାର ପୁନଃରାବୃତ୍ତି ଘଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons