ରାଉରକେଲା, (ବି.ବି.ନୁ୍ୟଜ୍): ଲକ୍ଡାଉନ୍ ଯୋଗୁ ରାଜସ୍ଥାନର କୋଟାରେ ଫସିଥିବା ୧୧୪ ଜଣ ଛାତ୍ରଛାତ୍ରୀ ଆଜି ରାଉରକେଲାରେ ପହଞ୍ଚିଛନ୍ତି । ଚାରୋଟି ବସ୍ରେ ସେମାନେ ଆସି ଏଠାରେ ପହଞ୍ଚିଛନ୍ତି । ଆଜି ସକାଳେ ଦୁଇଟି ବସ୍ରେ ପ୍ରଥମେ ୫୦ ଜଣ ଛାତ୍ରଛାତ୍ରୀ ଆସିଥିଲେ । ଏହା ପରେ ପ୍ରାୟ ୧୨ଟା ବେଳେ ଆଉ ଦୁଇଟି ବସ୍ରେ ୫୪ ଜଣ ଛାତ୍ରଛାତ୍ରୀ ଆସିଥିଲେ । ରାଉରକେଲାରେ ପହଞ୍ଚିଥିବା ପରେ ଏହି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି । କରୋନା ଲକ୍ଷଣ ନଥିଲେ ସେମାନେ ହୋମ୍ କ୍ୱାରେଣ୍ଟଟାଇନ୍ରେ ରହିବେ । ଆଉ ଯଦି ଲକ୍ଷଣ ଥିବ, ତା’ ହେଲେ କୋଭିଡ୍ ହସ୍ପିଟାଲକୁ ନିଆଯିବ । ରାଉରକେଲାର ଏହି ୧୧୪ ଜଣ ଛାତ୍ରଛାତ୍ରୀ ମେଡିକାଲ କୋଚିଂ ନେବାକୁ କୋଟା ଯାଇଥିଲେ । ହେଲେ ଲକ୍ଡାଉନ୍ ଯୋଗୁ ସେମାନେ ସେଠାରେ ଅଟକି ଯାଇଥିଲେ । ସୂଚନାଯୋଗ୍ୟ, ଏପ୍ରିଲ ୩୦ ତାରିଖ ଦିନ ୪ଟି ବସ୍ରେ ଏହି ଛାତ୍ରଛାତ୍ରୀମାନେ କୋଟାରୁ ରାଉରକେଲା ଅଭିମୁଖେ ବାହାରିଥିଲେ । ସେମାନେ ଜଣ ପିଛା ୪ ହଜାର ଟଙ୍କା ଲେଖାଏ ଦେଇ ବସ୍ ଭଡ଼ା କରିଥିଲେ । ଏହି ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ତେକେ ଅଭିଭାବକ ଏଡିଏମ୍ଙ୍କୁ ଭେଟି ମଧ୍ୟ ଅନୁରୋଧ କରିଥିଲେ ।
Comments are closed, but trackbacks and pingbacks are open.