ରାଉରକେଲା,(ବି.ବି.ନୁ୍ୟଜ୍): ରାଜସ୍ଥାନର କୋଟାରୁ ପାଠ ପଢ଼ିବାକୁ ଯାଇଥିବା ରାଉରକେଲାର ୧୧୬ ଜଣ ଛାତ୍ରଛାତ୍ରୀ ଗୁରୁବାର ବସ୍ ଯୋଗ କୋଟାରୁ ରାଉରକେଲା ଅଭିମୁଖେ ବାହାରିଛନ୍ତି । କୋଯାର ଲ୍ୟାଣ୍ଡ ମାଇକ୍ ସିଟି ଏବଂ ମହାବୀର ନଗରରୁ ଛାତ୍ରଛାତ୍ରୀମାନେ ୪ଟି ବସ୍ରେ ବାହାରିଛନ୍ତି । କୋଟାରୁ ସେମାନଙ୍କ ସାଙ୍ଗରେ ଆସୁଥିବା ଅଭିଭାବକ ବିଜୟ କୁମାର ମାଟିଆ ଏହା କହିଛନ୍ତି ।ବସ୍ରେ ଚଢ଼ିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ସ୍କାନିଂ କରାଯାଇଥିଲା । ବସ୍କୁ ବିଶୋଧନ ମଧ୍ୟ କରାଯାଇଥିଲା । ଏହି ବସ୍ ମଧ୍ୟପ୍ରଦେଶ, ଛତିଶଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଦେଇ ରାଉରକେଲାରେ ପହଞ୍ଚିବ । ରାଉରକେଲାରେ ପହଞ୍ଚିବା ପରେ ସେସମାନଙ୍କ ସ୍କାନିଂ କରାଯାଇ କ୍ୱାରେଣ୍ଟଟାଇନରେ ରଖାଯିବ ।
Comments are closed, but trackbacks and pingbacks are open.