ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୂର୍ବତନ କୃଷି ଓଭରସିଅର୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିଦେ୍ର୍ଧଶକ୍ରମେ ଏବଂ ବରଗଡ଼ ଭିଜିଲାନ୍ସ ଟିମ୍ ସଂଯୋଜନା ତଥା ସୁନ୍ଦରଗଡ଼ ଟିମ ଓ ଭୁବନେଶ୍ୱର ଟିମ ସହାୟତାରେ ଆଜି ଅବସରପ୍ରାପ୍ତ କୃଷି ଓଭରସିୟର ଫକୀର କର୍ଣ୍ଣଙ୍କ ଚକୁଳିଫାର୍ମ ସରକାରୀ ବାସଭବନ, ବୁଗବୁଗା ଭୂତଟିକ୍ରାସ୍ଥିତ ପୈତୃକ ଘର ସମେତ ସୁନ୍ଦରଗଡ଼ରେ ତାଙ୍କ ମାଲିକାନାରେ ଥିବା ଏଏନ୍ଏମ୍/ଜିଏନ୍ଏମ୍ କେନ୍ଦ୍ର ତଥା ପୁଅଝିଅମାନେ ରହି ପଢ଼ୁଥିବା ଭୁବନେଶ୍ୱର ଭଡ଼ା ଘରକୁ ନେଇ ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ତାଙ୍କ ଠାରୁ ଏଯାଏଁ ମୋଟ ୧ କୋଟି ୧୪ ଲକ୍ଷ ୯୨ ହଜାର ୩୨୮ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ଜଣାପଡ଼ିଛି ବୋଲି ବରଗଡ଼ ଭିଜିଲାନ୍ସ ଡିଏସ୍ପି ପରମେଶ୍ୱର କିଷାନ ସୂଚନା ଦେଇଛନ୍ତି ।
ସୂଚନା ମତେ, ଗତ ୩୦ ଏପ୍ରିଲରୁ ଅବସର ନେଇଥିବା ଶ୍ରୀ କର୍ଣ୍ଣ ଚାକିରୀରେ ଥିବାବେଳେ ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଭିଜିଲାନ୍ସ ଷ୍ଟେଟ ସେଲ ପକ୍ଷରୁ ପଦକ୍ଷେପ ନିଆଯାଇ ସମ୍ବଲପୁର ଏସ୍ପିଙ୍କ ତତ୍ୱାବଧାନରେ ବରଗଡ଼ ଓ ରାଉରକେଲା ଡିଏସ୍ପିଙ୍କ ନେତୃତ୍ୱରେ ୩ଟି ସ୍ଥାନରେ ରେଡ଼ କରାଯାଇଥିଲା ଏବଂ ସେଲ ଅଧିକାରୀ ଭୁବନେଶ୍ୱରରେ ଚଢ଼ାଉ କରିଥିଲେ । ବରଗଡ଼ ଡିଏସ୍ପି ଶ୍ରୀ କିଷାନଙ୍କ ନେତୃତ୍ୱରେ ଗଠିତ ୨ଟି ଟିମ ଆଜି ଶ୍ରୀ କର୍ଣ୍ଣଙ୍କ ଚକୁଳିଫାର୍ମ ସ୍ଥିତ ସରକାରୀ ବାସଭବନ ଓ ବୁଗବୁଗା ଭୁତଟିକ୍ରା ପୈତୃକ ଘରେ ଚଢ଼ାଉ କରିଥିଲେ । ପୈତୃକ ଘରେ ଶ୍ରୀ କର୍ଣ୍ଣ କେବଳ ଦେଢ଼ ଲକ୍ଷ ଟଙ୍କା ବିନିଯୋଗ କରି ମରାମତି କରିଥିବା ଯାଞ୍ଚରୁ ଜଣାପଡ଼ିଥିଲା । ଚକୁଳିଫାର୍ମ ସରକାରୀ ବାସଭବନରୁ ୬୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ତନ୍ମଧ୍ୟରୁ ୫, ୬୨, ୨୦୦ ଟଙ୍କାର ଯାନବାହନ ମିଳିଥିବା ବେଳେ ସେଥିରେ ଦୁଇଟି ଦାମୀ ଇନୋଭା କାର, ଗୋଟିଏ ମହିନ୍ଦ୍ରା ଏrୟୁଭି, ୨ଟି ବୋଲରୋ, ଗୋଟିଏ ଟ୍ରାକ୍ଟର ଓ ଗୋଟିଏ କାୱାସାକି ବାଇକ ସାମିଲ ଅଛି ।
ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା କୃଷି ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭାଗର ଅନ୍ୟ ଅଧିକାରୀମାନେ ଶ୍ରୀ କର୍ଣ୍ଣଙ୍କ ଗାଡ଼ି ଚଢ଼ୁଥିବା ବେଳେ ଏଥିରୁ ଶ୍ରୀ କର୍ଣ୍ଣ ବେଶ ଆୟ କରୁଥିବା ଜଣାପଡ଼ିଛି । ସେହିଭଳି ୪ ଲକ୍ଷ ୫୫ ହଜାର ଟଙ୍କାର ବିଭିନ୍ନ ଆସବାବପତ୍ର, ୧ ଲକ୍ଷ ୧୧ ହଜାର ଟଙ୍କାର ସୁନା ଗହଣା, ୧ ଲକ୍ଷ ୧୭ ହଜାର ଟଙ୍କାର ନଗଦ ରାଶି, ଗାଁରେ କିଣାଯାଇଥିବା ୧ ଲକ୍ଷ ୫୦ ହାଜର ୧ ଟଙ୍କାର ୨ଟି ଚାଷଜମି, ୩ ଲକ୍ଷ ୨୮ ହଜାର ଟଙ୍କାର ଫିr ଡ଼ିପୋଜିଟ ରହିଛି । ୧୪ଟି ବ୍ୟାଙ୍କ ଆକାଉଣ୍ଟ ସହିତ ୮ଟି ଜୀବନବୀମା ପଲିସର ମୂଲ୍ୟ ଯାଞ୍ଚ ପରେ ତାଙ୍କ ମୋଟ ସମ୍ପତ୍ତି ୧ କୋଟି ୧୪ ଲକ୍ଷ ୯୨ ହଜାର ୩୨୮ ଟଙ୍କା ହୋଇଥିବା ଶ୍ରୀ କିଷାନ ଜଣାଇଛନ୍ତି ।
ସେହିପରି ସେ ବରଗଡ଼ର ହୋଇ ସୁନ୍ଦରଗଡ଼ରେ ୬ଟି କୋଠା ଭଡ଼ା ନେଇ ତାଲିମ କେନ୍ଦ୍ର ଓ କଲେଜ ଚଳାଇ କୋଟି କୋଟି ଟଙ୍କା ଆୟ କରୁଥିବା ଅଭିଯୋଗ ପାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ସୁନ୍ଦରଗଡ଼ ଶଙ୍କରା ସ୍ଥିତ ଏଏନ୍ଏମ୍ ଓ ଜିଏନ୍ଏମ୍ ତାଲିମ କେନ୍ଦ୍ର, ରାଉରକେଲା ନର୍ସିଂ ତାଲିମ କେନ୍ଦ୍ର, ମାହେଶ୍ୱରୀ ଜୁନିୟର ସାଇନ୍ସ କଲେଜ ଏବଂ ସହରରେ ଆକାଉଣ୍ଟ ଥିବା ପିଏନ୍ବି, ଏସ୍ବିଆଇ ଓ ସିଣ୍ଡିକେଟ ବ୍ୟାଙ୍କରେ ଚଢ଼ାଉ କରିଥିଲେ ।
Comments are closed, but trackbacks and pingbacks are open.