ବାଲେଶ୍ଵର : ଟାଉନ ଥାନା ଅନ୍ତର୍ଗତ ବଙ୍କା ଖଜୁରୀ ଅଞ୍ଚଳର ଜଣେ ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବାଲେଶ୍ଵର ଭିଜିଲାନ୍ସ ଏହି ଚଢ଼ାଉ କରିଛି।
ସଦର ଥାନା କଞ୍ଚନିବାଗ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ନାୟକଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଭିଜିଲାନ୍ସ ୫ଟି ଜାଗାରେ ଚଡାଉ କରିଥିଲା। ଶ୍ରୀମତୀ ନାୟକଙ୍କ ଘର ସମେତ ଶ୍ୱଶୁର ଘର ବଡ଼କିଆ, ବାପା ଘର ସୁଠଙ୍ଗ, ଗୁଡୁପାଇ ଚିଙ୍ଗୁଡ଼ି ଫାର୍ମ, ଆଇଟିଆଇ ଛକରେ ଥିବା ପୁତୁରାଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଛି।
ଚଢ଼ାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ, ବୀମା କାଗଜ ପତ୍ର ଆଦି ଜବତ ହୋଇଛି।ତାଙ୍କ ନାଁରେ ରହିଥିବା ଘରର ଦାମ କୋଟି କୋଟି ଟଙ୍କାର ଗର ରହିଛି । ସୂଚନାଯୋଗ୍ୟ ଯେ, ଶିକ୍ଷୟତ୍ରୀଙ୍କ ସ୍ବାମୀ ଜଣେ ଚିଙ୍ଗୁଡି ବ୍ୟବସାୟୀ ।
Comments are closed, but trackbacks and pingbacks are open.