କୋଣାର୍କ ଇକୋ ରିଟ୍ରିଟ୍ରେ ମୁଖ୍ୟ ସଚିବ, ୧୨୨ ଆଇଏଏସ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟଜ୍): ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଆଇଏଏସ୍ ଅଧିକାରୀଙ୍କ ଭିଡ଼ । ଓଡ଼ିଶାର ୧୨୨ଜଣ ଆଇଏଏସ୍, ସଚିବଙ୍କ ସମେତ ବରିÂ ପ୍ରଶାସନିକ ଅଧିକାରୀ, ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ରେ ଶୁକ୍ରବାର ରାତ୍ରିଯାପନ କରିଥିଲେ । କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛଡ଼ା ଯାଇ ନଥିଲା । ଶନିବାର ସକାଳୁ ମର୍ଣ୍ଣିଂ ୱାକ୍ରେ ଇକୋ ରିଟ୍ରିଟ୍ରୁ ଚନ୍ଦ୍ରଭାଗା ବେଳାଭୂମି ପର୍ଯ୍ୟନ୍ତ ଆସିଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ପ୍ରଦୀପ ମହାପାତ୍ର, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲାପାଳ ବଲୱନ୍ତ ସିଂ । ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥିଲେ । ବେଳାଭୂମିରେ ପଡ଼ିଥିବା ଅଳିଆ ଆବର୍ଜନାକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ ମୁଖ୍ୟ ଶାସନ ସଚିବ ।
ବେଳାଭୂମିରେ ପର୍ଯ୍ୟାପ୍ତ ପରିମାଣରେ ଡଷ୍ଟ୍ବିନ୍ ରଖିବା, ବେଳାଭୂମିରେ ଶୌଚାଳୟ ନିର୍ମାଣ, ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସଫେଇ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଖୁବ୍ଶୀଘ୍ର ଚନ୍ଦ୍ରଭାଗା ବେଲାଭୂମିର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ସୂଚନା ଦେଇଥିଲେ ଉନ୍ନୟନ କମିଶନର ଶ୍ରୀ ମହାପାତ୍ର । ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଶୁକ୍ରବାର ସନ୍ଧ୍ୟାରେ ସମସ୍ତ ଜିଲ୍ଲାପାଳ, ସଚିବ ଇକୋ ରିଟ୍ରିଟ୍ରେ ରାତ୍ରିଯାପନ କରିଥିଲେ । ସକାଳୁ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ । ପ୍ରଥମ କରି ଏଠାରେ ଇକୋ ରିଟ୍ରିଟ୍ ଆୟୋଜନ ହୋଇଛି । ପର୍ଯ୍ୟଟନ ବିଭାଗର ଏହା ବଡ଼ ସଫଳତା । ଜିଲ୍ଲାପାଳମାନେ ଜିଲ୍ଲାକୁ ଯାଇ ଏ ବିଷୟରେ ସୂଚନା ଦେବେ । ଇକୋ ରିଟ୍ରିଟ କନଫେରେନ୍ସ ହଲ୍ରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁÂିତ ହୋଇଥିଲା । ବୈଠକ ସମୟରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛଡ଼ା ଯାଇ ନଥିଲା । ଏହି ଗସ୍ତ ସମୟରେ କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସନ, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୧୪ ତାରିଖ ଅପରାହ୍ଣରେ ବେଲୁନ ଉଡ଼ାଇ ରାଜ୍ୟର ପ୍ରଥମ ବୃହତ୍ ବେଳାଭୂମି ମହୋତ୍ସବ-ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ୍କୁ ଉଦ୍ଘାଟନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons