କୋବି ତୋଳିବାକୁ ଯାଇ ଚାଷୀ ଦମ୍ପତି ମୃତ

Get real time updates directly on you device, subscribe now.

ହିଞ୍ଜିଳିକାଟୁ,(ବି.ବି.ନୁ୍ୟଜ): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ବୁରୁପୋଡ଼ା ଗାଁରେ ଶନିବାର ଭୋର୍ରେ ଅଘଟଣ ଘଟିଛି । କୋବି ତୋଳିବାକୁ କିଆରୀ(ଚାଷ ଜମି)କୁ ଯାଇଥିବା ଏକ ଦମ୍ପତି ବିଲରେ ଛିଣ୍ଡି ପଡ଼ିଥିବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ମୃତକ ହେଲେ ବୁରୁପୋଡ଼ା ଗ୍ରାମର ହୀନ ସାମଲ (୬୫) ଓ ତାଙ୍କ ପନôୀ ବିଷ୍ଣୁ(୫୫) । ଏନେଇ ଏକ ଅପମୃତୁ୍ୟ ମାମଲା ହିଞ୍ଜିଳିକାଟୁ ଥାନାରେ ରୁଜୁ ହୋଇଛି । ଦମ୍ପତିଙ୍କ ମୃତଦେହ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣା ନେଇ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଅପରପକ୍ଷରେ ଏନେଇ ବିଦୁ୍ୟତ୍ ବିଭାଗ (ସାଉଥ୍କୋ) ସହକାରୀ ଯନ୍ତ୍ରୀ ଘଟଣାର ତଦନ୍ତ କରିଛନ୍ତି ।
ପୁଲିସ ସୂଚନା ମୁତାବକ ଶନିବାର ଭୋର୍ରେ ହୀନ ଓ ତାଙ୍କ ପନôୀ ବିଷ୍ଣୁ ଚାଷ କରିଥିବା ବିଲରୁ ଫୁଲକୋବି ତୋଳିବା ପାଇଁ ଯାଇଥିଲେ । ଉକ୍ତ ଅଞ୍ଚଳରେ ଉଠା ଜଳସେଚନ ନିମନ୍ତେ ଏଲ୍ଆଇ ପମ୍ପ୍ ହାଉସକୁ ଯାଇଥିବା ଏଲ୍ଟି ବିଦୁ୍ୟତ୍ ତାର ଛିଣ୍ଡି ସେମାନଙ୍କ ବିଲରେ ପଡ଼ିଥିଲା । ଭୋର୍ ପ୍ରାୟ ୪ଟା ବେଳେ ଅନ୍ଧାରରେ କୋବି ତୋଳୁଥିବା ବେଳେ ବିଷ୍ଣୁ ପ୍ରଥମେ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଚି+ାର କରିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ହୀନ ମଧ୍ୟ ବିଦୁ୍ୟତ୍ ତାରରେ ଲାଗି ଯାଇଥିଲେ । ପାଖ ବିଲରେ କାମ କରୁଥିବା ଅନ୍ୟ ଚାଷୀ ଘଟଣା ସମ୍ପର୍କରେ ଜାଣିପାରି ବିଦୁ୍ୟତ୍ ସରବରାହ ବନ୍ଦ କରି ଦମ୍ପତିଙ୍କୁ ଉଦ୍ଧାର କରିଥିଲେ । ପରିବାର ଲୋକ ଦମ୍ପତିଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ହେଁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଦୁଃଖଦ ଘଟଣା ଶୁଣି ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡିଓ ପ୍ରସନ୍ନ କୁମାର ପାତ୍ର, ବୁରୁପୋଡ଼ା ସରପଞ୍ଚ ଉମାଶଙ୍କର ସାବତ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚିଥିଲେ । ରେଡ଼କ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ଏବଂ ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରୁ ୪ ହଜାର ଟଙ୍କା ସହାୟତା ମୃତ ଦମ୍ପତିଙ୍କ ପୁଅଙ୍କୁ ପ୍ରଦାନ କରିଥିଲେ ତହସିଲଦାର । ସେପଟେ ବିଦୁ୍ୟତ୍ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସତ୍ୟ ନାରାୟଣ ଦାଶ ଓ ଅନ୍ୟମାନେ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ଉକ୍ତ ଅଞ୍ଚଳରେ କିଛି ଏଲ୍ଆଇ ପମ୍ପ୍ ହାଉସ୍କୁ ଏଲ୍ଟି ଲାଇନ୍ ସଂଯୋଗ କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇଥିବା ଇଂ ଏସ୍ଏନ୍ ଦାଶ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons