ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିରର ସେବାୟତ, ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଂସ୍କାରବାଦୀ ସେବକ ପ୍ରତିନିଧି, ଶ୍ରୀମନ୍ଦିର ଆଇନ ସଂସ୍କାର ପାଇଁ ନିରନ୍ତର ଲଢେ଼ଇ କରିଥିବା ଆଇନଜୀବୀ, ମହାପ୍ରଭୁଙ୍କ ଜମିଜମା ବିକି୍ର ପାଇଁ ପ୍ରଚଳିତ ୟୁନିଫର୍ମ ପଲିସିର ଅନ୍ୟତମ ପ୍ରଣେତା ତଥା ଆରଏସ୍ଏସ୍ର ପୂର୍ବତନ ସଂଘ ଚାଳକ ରବୀନ୍ଦ୍ରନାଥ ପ୍ରତିହାରୀଙ୍କର ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି । ମଣିକର୍ଣ୍ଣିକା ସାହି ନିବାସୀ ଏହି ସେବାୟତଙ୍କୁ ମୃତୁ୍ୟ ବେଳକୁ ୭୯ ବର୍ଷ ବୟସ ହୋଇଥିଲା । କୋଭିଡ୍ ଆକ୍ରାନ୍ତ ଦିବଙ୍ଗତ ଶ୍ରୀମନ୍ଦିର ସେବକ ରାଜଧାନୀରେ ଚିକିତ୍ସାଧୀନ ଥିଲେ । ତାଙ୍କର ମୃତୁ୍ୟରେ ଶ୍ରୀମନ୍ଦିର ଭିତର ସେବାୟତ ନିଯୋଗ ସମ୍ପାଦକ ରବି ଦାସ, ଦଇତାପତି ସେବକ ବିନାୟକ ଦାସ ମହାପାତ୍ରଙ୍କ ସମେତ ଶ୍ରୀମନ୍ଦିର ଛତିଶା ନିଯୋଗର ସେବାୟତ ପତିନିଧିମାନେ ଶୋକ ପ୍ରକାଶ କରିଛନ୍ତି । ସେବାୟତମାନେ କହିଛନ୍ତି ସେବକ କୂଳ ଜଣେ ଦରଦୀ ବନ୍ଧୁଙ୍କୁ ହରାଇଛି । ଦୀର୍ଘ ଦିନ ଧରି ସେ ସେବାୟତଙ୍କ ପାଇଁ ଲଢ଼ୁଥିଲେ । ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲାରେ ସେବାୟତଙ୍କ ବଂଶଗତ ଅଧିକାର ତଥା ସେବା ପୂଜା ଅଧିକାର ପାଇଁ ସେବାୟତ ସମାଜକୁ ମାର୍ଗ ଦର୍ଶନ ଦେଇଥିଲେ ।
Comments are closed, but trackbacks and pingbacks are open.