ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ପରିଚାଳନା ଦିଗରେ ସମଗ୍ର ବିଶ୍ୱରେ ଓଡ଼ିଶା ନିଜ ପ୍ରଦର୍ଶନକୁ ନେଇ ଶ୍ରେÂତା ପ୍ରତିପାଦିତ କରିଆସିଛି । ମିଳିତ ଜାତିସଂଘ ଏଦିଗରେ ସ୍ୱୀକୃତି ପ୍ରଦାନ କରିସାରିଛି । ଏବେ ସମଗ୍ର ବିଶ୍ୱକୁ କବଳିତ କରିଥିବା ଏବଂ ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲି, ଜର୍ମାନୀ ଭଳି ବିକଶିତ ରାଷ୍ଟ୍ରକୁ ଦୋହଳାଇ ଦେଇଥିବା କରୋନାର ପ୍ରଭାବୀ ଢଙ୍ଗରେ ମୁକାବିଲା କରି ଚାଲିଛି ଭାରତବର୍ଷ । ଖାସ୍କରି ଓଡ଼ିଶା ରାଜ୍ୟ ସମସ୍ତ ଦିଗରୁ ସହଯୋଗ କାରଣରୁ ଏହାର ସଫଳତାର ସହ ମୁକାବିଲା କରିଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଜିରୋ କାଜୁଆଲ୍ଟି’ ଲକ୍ଷ୍ୟ ନେଇ କରୋନା ବିରୋଧରେ ଯେଉଁ ଲଢେ଼ଇର ନେତୃତ୍ୱ ନେଉଛନ୍ତି ତାହାକୁ ସବୁ କ୍ଷେତ୍ରରୁ ସହଯୋଗ ରହୁ । ଡାକ୍ତର, ଫାର୍ମାସିଷ୍ଟ, ନର୍ସ, ପାରା ମେଡିrଙ୍କ ଭଳି କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ଏବଂ ତ୍ୟାଗ ମନୋଭାବ ଏହି ମହାମାରୀର ମୁକିବିଲା କରିବା ଦିଗରେ ସହାୟକ ହେବ । କୋଭିଡ୍-୧୯ ପରିପ୍ରେକ୍ଷୀରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଶଳ ଏବଂ ଆହ୍ୱାନକୁ ନେଇ ଇଣ୍ଡିଆନ ଚେମ୍ବର ଅଫ କମର୍ସ ପକ୍ଷରୁ ଆଜି ଆୟୋଜିତ ୱେବ୍ନାର୍ରେ ମତ ବିନିମୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଏଭଳି ମତ ବ୍ୟକ୍ତ କରିଛନ୍ତି ।
ଆଗକୁ କୋଭିଡ୍-୧୯ର ଅଧିକ ରୋଗୀ ଚିହ୍ନଟ ସମ୍ଭାବନା ଥିବା ବେଳେ ସ୍ୱାସ୍ଥ୍ୟସେବାର କୌଶଳ ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ଏଥିସହ ଅଣକୋଭିଡ୍ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ହେଉଥିବା ରୋଗୀ ଏବଂ ଅନ୍ୟ ଗୁରୁତର ରୋଗୀଙ୍କ ଚିକିତ୍ସା, ଘରୋଇ ଚିକିତ୍ସା କ୍ଷେତ୍ର ଏବଂ ଅଣକୋଭିଡ୍ ଡାକ୍ତରଖାନାଗୁଡ଼ିକୁ ଆର୍ଥିକ ସହାୟତା, ତଥ୍ୟ ସଂଗ୍ରହ ଏବଂ ଏହାର ଉପଯୋଗିତାରେ ସରକାରଙ୍କ ଉଦ୍ୟମ, ଫାର୍ମା ସପ୍ଲାଇ ଏବଂ ଚିକିତ୍ସା ଉପକରଣ ପ୍ରସ୍ତୁତିକୁ ନେଇ ଆଲୋଚନା କେନ୍ଦ୍ରୀଭୂତ ଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଭାଗ ନେଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ପ୍ରଶାନ୍ତ ଶର୍ମା, ସୁଧିର ଏମ ଡିଜିକର, ଶାଳିନୀ କୋଥାକୋଣ୍ଡା, ଗୁରିତ କୌର ସେଠୀ, ନିଳଞ୍ଜା ମୁଖାର୍ଜୀ, ଡାକ୍ତର ଏ. କେ ରଥ, ରାଜୀବ ଶେଖର ସାହୁ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ । ଆଇସିସି ଓଡ଼ିଶା ରାଜ୍ୟ ପରିଷଦ ସହ ଅଧ୍ୟକ୍ଷ ଜେ.ବି ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Comments are closed, but trackbacks and pingbacks are open.