କୋଭିଡ୍ ଡାକ୍ତରଖାନାରେ ମୃତୁ୍ୟ

Get real time updates directly on you device, subscribe now.

ଜୟପୁର: ସ୍ଥାନୀୟ କୋଭିଡ୍ ହସପିଟାଲରେ ଚିକିତ୍ସିତ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ସେ ହେଲେ ସହରର ଜଣେ ୬୦ ବର୍ଷୀୟ ବୃଦ୍ଧ । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନି । ପ୍ରଶାସନ ପକ୍ଷରୁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ଶବ ସ+ାର କରାଯାଇଛି । ଆଜିର ମୃତକଙ୍କୁ ମିଶାଇଲେ ବେସରକାରୀ ଭାବେ ଏ ବର୍ଷ ହୋମ୍ ଆଇସୋଲେସନ୍, ସ୍ଥାନୀୟ କୋଭିଡ୍ କେୟାର ସେଣ୍ଟର ଏବଂ କୋଭିଡ୍ ହସପିଟାଲରେ ୧୦୪ ଜଣଙ୍କ ମୃତୁ୍ୟ ହୋଇଛି । ଗତ ଏବଂ ଏ ବର୍ଷ ଜିଲ୍ଲାରେ କୋଭିଡ୍ରେ ମୋଟ ୬୭ ଜଣଙ୍କ ଜୀବନ ଯାଇଥିବା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ବୃଦ୍ଧଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବୃଦ୍ଧ ଜଣଙ୍କ କିଛିଦିନ ତଳେ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ । ସେ କୋଭିଡ୍ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଥିଲେ । ଗତ ୪ ତାରିଖରେ ସେ ଗୁରୁତର ହୋଇ ପଡ଼ିଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା । କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ଡିଏଚଏଚ୍ରୁ ସ୍ଥାନୀୟ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଙ୍ଗୀନ ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଶରୀରରେ ଅମ୍ଳଜାନ ସ୍ତର କମ୍ ଥିବାରୁ ଭେଣ୍ଟିଲେଟର ସପୋର୍ଟ ଦିଆଯାଇଥିଲା । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତେ୍ୱ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଥିଲା । ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଅନ୍ତିମ ସକ୍ରାର କରାଯାଇଥିଲା ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons