
ମାଲକାନଗିରି,(ବି.ବି.ନୁ୍ୟଜ): କରୋନା ମହାମାରୀର ଦ୍ୱିତୀୟ ଲହରି ଭୟଙ୍କର ରୂପ ନେଉଛି । ଏହାର ମୁକାବିଲା ପାଇଁ ଆଜି ସନ୍ଧ୍ୟାରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡଃ ୟେଦୁଲା ବୀଜୟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁÂିତ ହୋଇଛି । କରୋନା ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଥିବାରୁ ସୀମାନ୍ତ ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନ, ଛତିଶଗଡ ରାଜ୍ୟ ସୀମାକୁ ସିଲ୍ କରାଯାଇ ୪ଟି ରାଜ୍ୟ ସୀମାନ୍ତ ମୋଟୁ କାଲେରୁ ବ୍ରିଜ, ମୋଟୁ ସିଲେରୁ ନଦୀଘାଟ, ପଡିଆ ବ୍ଲକର କମାରଗୁଡା ସାବେରୀ ନଦୀ ଘାଟ ଧରମାପାଲ, ଖଇରପୁଟ ବ୍ଲକସ୍ଥ ଗୋବିନ୍ଦପାଲି ଠାରେ ସୀମାନ୍ତ ଚେକ୍ପୋଷ୍ଟ ନିର୍ମାଣ କରାଯାଇ ସେଠାରେ ୨୪ ଘଣ୍ଟିଆ ପୁଲିସ ପକ୍ଷରୁ ଯାଞ୍ଚ ଚାଲିଛି ବୋଲି ଜିଲ୍ଲାପାଳ କହିଥିଲେ । ଏଥିସହ କେନ୍ଦୁପତ୍ର ସଂଗ୍ରହ ପାଇଁ ଛତିଶଗଡ, ମହାରାଷ୍ଟ୍ର ସହ ବାହାର ରାଜ୍ୟରୁ ୬୦୦ କେନ୍ଦୁପତ୍ର ତୋଳାଳି ଶ୍ରମିକ ଓ ୨୩ ଜଣ ବ୍ୟବସାୟୀ ଜିଲ୍ଲାରେ ପହଞ୍ଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଲେଖାଏ ବ୍ୟବସାୟୀଙ୍କୁ ଛାଡି ୬୦୦ଜଣ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଦେବାର ବ୍ୟବସ୍ଥା ହୋଇଛି । ସରକାରଙ୍କ ନିଦେ୍ର୍ଧଶକ୍ରମେ ଜିଲ୍ଲାରେ ପ୍ରତିଦିନ ୬୦୦ ଆଣ୍ଟିଜେନ୍ ଓ ଆରଟିପିସିଆର କୋଭିଡ୍ ପରୀକ୍ଷା କରାଯାଉଛି । ଆଜିଯାଏ ଜିଲ୍ଲାରେ ୧ ଲକ୍ଷ ୮୯ ହଜାର ୭୪୨ ଜଣଙ୍କ କୋଭିଡ୍ ପରୀକ୍ଷା କରାଯାଇଛି । ୧ ଲକ୍ଷ ୮୨ ହଜାର ୬୪୯ ଜଣଙ୍କ ନେଗେଟିଭି ରିପୋର୍ଟ ଆସିଥିବା ବେଳେ ୫୨୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ୭୨ ଘଣ୍ଟା ମଧ୍ୟରେ ହୋଇଥିବା କରୋନା ପରୀକ୍ଷାର ନେଗେଟିଭ ରିପୋର୍ଟ କିମ୍ୱା କୋଭିଡ ଟିକାର ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର ଦେଖାଇବା ବାଧ୍ୟତା ମୂଳକ କରାଯାଇଛି । ଏହା ନଥିବା ବ୍ୟକ୍ତିଙ୍କୁ ଗୃହ ସଂଘରୋଧ, ନିକଟସ୍ଥ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମସି) କିମ୍ୱା ସିଏଲଟିଏମସିରେ ରଖିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏନେଇ ସ୍ୱତନ୍ତ୍ର ଭାବେ ଦୁଇଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସପ୍ତାହାନ୍ତ ସଟ୍ଡାଉନ୍ ସହ ନାଇଟ୍ କର୍ଫୁ୍ୟ ଜାରି କରାଯାଇଛି । କୋଭିଡ୍ ନିୟମ ମାନିବା ସହିତ ଜିଲ୍ଲାବାସୀ କିପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିପାରିବେ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ୍ ପାଇଁ ୨୪ ଘଣ୍ଟିଆ କଣ୍ଟେ୍ରାଲ ରୁମ ଖୋଲାଯାଇଛି । କୋଭିଡ ନିୟମକୁ କଡାକଡି ପାଳନ ପାଇଁ ନିଦେ୍ର୍ଧଶ ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା । ଏହି ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡ.ପ୍ରଫୁଲ କୁମାର ନନ୍ଦ, ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ, ତହସିଲଦାର ଡଃ ଗୁଣନିଧି ନାୟକ, ଡିଆରଡିଏ ଏପିଡି ମାନସ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସ୍ନିଗ୍ଧାରାଣୀ ଚୌଧୁରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗ ଅଧିକାରୀମାନେ ଉପସ୍ଥôତ କରିଥିଲେ । କରୋନା ମହାମାରୀ ସମୟରେ ଜିଲ୍ଲାର ସମସ୍ତ ଜନସାଧରଣ, ଗଣମାଧ୍ୟମ କୋଭିଡ ନିୟମ ପାଳନ କରି ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ଡଃ ୟେଦୁଲା କହିଛନ୍ତି ।
Comments are closed, but trackbacks and pingbacks are open.