ଜୟପୁର: ସ୍ଥାନୀୟ କୋଭିଡ୍ ହସପିଟାଲରେ ଚିକିତ୍ସିତ ଜଣେ ଗର୍ଭବତୀଙ୍କ ଆଜି ମୃତୁ୍ୟ ହୋଇଛି । ମୃତକ ହେଉଛନ୍ତି ସଦର ବ୍ଲକ ଅଞ୍ଚଳର ୩୦ ବର୍ଷୀୟା ମହିଳା । ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଥିଲା । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ଘୋଷଣା କରାଯାଇନି । ପ୍ରଶାସନ ପକ୍ଷରୁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ଶବ ସକ୍ରାର କରାଯାଇଛି । ଆଜିର ମୃତକଙ୍କୁ ମିଶାଇଲେ ବେସରକାରୀ ଭାବେ ଏବର୍ଷ ହୋମ୍ ଆଇସୋଲେସନ୍, ସ୍ଥାନୀୟ କୋଭିଡ୍ କେୟାର ସେଣ୍ଟର ଏବଂ କୋଭିଡ୍ ହସପିଟାଲରେ ୯୯ ଜଣଙ୍କ ମୃତୁ୍ୟ ହୋଇଛି । ମହିଳାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ସ୍ଥାନୀୟ ଜିଲ୍ଲା ହସପିଟାଲକୁ ନିଆଯାଇଥିଲା । ପରୀକ୍ଷା ପରେ ତାଙ୍କ ସ୍ୱାବ୍ ରିପୋର୍ଟ ନେଗେଟିଭ୍ ଆସିଥିଲା । ଶରୀରରେ ଅମ୍ଳଜାନସ୍ତର କମ୍ ରହୁଥିବାରୁ ଏଠାକାର କୋଭିଡ୍ ହସପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତେ୍ୱ ଗତ ୨୫ ତାରିଖ ବିଳମ୍ବିତ ରାତିରେ ତାଙ୍କ ମୃତୁ୍ୟ ହୋଇଥିଲା । ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ମୃତକଙ୍କ ପରିବାରକୁ ଅବଗତ କରାଯାଇଥିଲା । ଆଜି ସ୍ଥାନୀୟ ଚମ୍ପାକୁପୁଲି ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.