କୋଭିଡ୍ ହସ୍ପିଟାଲରେ ଭେଣ୍ଟିଲେଟର, ଆଇସିୟୁ କାର୍ଯ୍ୟକ୍ଷମ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲାର କୋଭିଡ୍ ହସ୍ପିଟାଲ୍ରେ ଆଜିଠାରୁ ଭେଣ୍ଟିଲେଟର ଓ ଆଇସିୟୁ କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଉଦ୍ଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ଜିଲ୍ଲାପାଳ ଡ ଅଜିତ କୁମାର ମିଶ୍ର, ସିଡିଏମ୍ଓ ଡ ଚୌଧୂରୀ ଶୋଭାରାଣି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜି ୪ଟି ଭେଣ୍ଟିଲେଟର, ୧୨ଟି ଆଇସିୟୁ ଶଯ୍ୟା, ୫ଟି ବାୟପେପ୍,୧୨ଟି ଆଇସିୟୁ ଶଯ୍ୟାକୁ ପାଇପ୍ ଲାଇନ୍ରେ ଅrିଜେନ୍ ସଂଯୋଗ କରାଯାଇଛି । ବହୁ ବିଳମ୍ବରେ ମଧ୍ୟ ଆଜିଠାରୁ କୋଭିଡ୍ ହସ୍ପିଟାଲ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ଖବର ଶୁଣି ଜିଲ୍ଲାବାସୀଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons