ସମସ୍ତଙ୍କ ସହ ନବୀନ ବି ଗାଇଲେ ବନେ୍ଦ ଉକ୍ରଳ ଜନନୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶନିବାର ସନ୍ଧ୍ୟା ସାଢେ଼ ୫ । ଅଟକିଗଲା ସାରା ଓଡ଼ିଶା । ଶ୍ରୀକ୍ଷେତ୍ରରୁ ଏକାମ୍ରକ୍ଷେତ୍ର, ଲୋକସେବା ଭବନରୁ ବିଧାନସଭା । କଳିଙ୍ଗ ଷ୍ଟାଡିୟମରୁ କ୍ୱାରେଣ୍ଟାଇନ୍ କେନ୍ଦ୍ର । ଯିଏ ଯେଉଁଠି ଥିଲେ, ସେଇଠି ଛିଡ଼ା ହେଲେ । ସବୁଠି ଉକ୍ରଳ ବନ୍ଦନା । ସବୁଆଡେ଼ ଦେଶପ୍ରେମର ମାହୋଲ । ଗଗନ ପବନରେ ଝଙ୍କୃତ ହେଲା ଓଡ଼ିଆ ଜାତୀୟତା ପ୍ରାଣର ଆଦ୍ୟ ସଂଗୀତ । ସମସ୍ତେ ବେଶ ଉତ୍ସାହର ସହ ଗାଇଲେ ‘ବନେ୍ଦ ଉକ୍ରଳ ଜନନୀ’ । ସଂଗୀତର ସ୍ୱରରେ କୋଭିଡ ଯୋଦ୍ଧାଙ୍କୁ ଜଣାଇଲେ ସଲାମ୍ । ଆମ କରୋନା ଯୋଦ୍ଧାଙ୍କ ପଛରେ କାନ୍ଥ ଭଳି ଛିଡ଼ା ହେଲେ ସାଢେ଼ ୪ କୋଟି ଓଡ଼ିଆ । ସଂକଟ ସମୟରେ ଏ ନିଆରା ପ୍ରୟାସ ଓଡ଼ିଆ ଜାତିକୁ ଅଭୂତପୂର୍ବ ପ୍ରେରଣା ଯୋଗାଇଛି । କରୋନ ଲଢେ଼ଇରେ ଆଜି ଓଡ଼ିଶା ଯୋଡ଼ିଛି ଅଭିନବ ନୂଆ ଫର୍ଦ୍ଧ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସବୁଠି ଗୁଞ୍ଜରିତ ହୋଇଥିଲା ବନେ୍ଦ ଉକ୍ରଳ ଜନନୀ । ଏଥିପାଇଁ ଓଡ଼ିଆଙ୍କ ମଧ୍ୟରେ ଆଜି ଅଦ୍ଭୂତପୂର୍ବ ଉତ୍ସାହ, ଦେଶପ୍ରେମ ଓ କରୋନାକୁ ହରାଇବାକୁ ଜିଦ୍ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ସମର୍ଥନ ଜଣାଇ ପ୍ରତିଟି ଓଡ଼ିଆ ଆଜି ଏ ବାର୍ତ୍ତା ଦେଇଛନ୍ତି ଯେ, କରୋନା ଯୁଦ୍ଧରେ ଓଡ଼ିଶା ନିଶ୍ଚୟ ଜିତିବ । ଆମ ଦେଶ ହସିବ ।
ଗୋଟିଏ ସମୟ, ଗୋଟିଏ ସ୍ୱର । ଗାଁ ରୁ ସହର, ରାସ୍ତାଘାଟ । କରୋନା ଯୋଦ୍ଧାଙ୍କୁ ଅଭିନବ ଢଙ୍ଗରେ ସମ୍ମାନ ଜଣାଇଛନ୍ତି ସବୁ ଓଡ଼ିଆ । ସବୁଠି ଗାଇଛନ୍ତି ‘ବନେ୍ଦ ଉକ୍ରଳ ଜନନୀ’ । ଦେଶ ହେଉ ଅବା ବିଦେଶ ଯିଏ ଯେଉଁଠି ଥିଲେ, ଆଜି ସନ୍ଧ୍ୟାରେ ମିଳିତ ସ୍ୱରରେ ଏ ସଂଗୀତ ଗାଇଛନ୍ତି । ରାଜନେତା, ପ୍ରଶାସକ, ପୁଲିସ୍, କ୍ରୀଡ଼ାବିତ୍, ସିନେଷ୍ଟାର । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ, ସମସ୍ତଙ୍କ ତୁଣ୍ଡରେ ଥିଲା ଏ ସଂଗୀତର ସ୍ୱର । କରୋନା କଟକଣା ମଧ୍ୟରେ ଦଳ ମତ ନିର୍ବିଶେଷରେ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ନିÂାକୁ ସମ୍ମାନ ଜଣାଇ ଓଡ଼ିଶାର ଏ ରାଷ୍ଟ୍ର ସଂଗୀତ ସମୂହ ଗାନ କରାଯାଇଥିଲା । ସମଗ୍ର ଓଡ଼ିଶାର ପୁରପଲ୍ଲୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏ ସଂଗୀତର ସ୍ୱରରେ ଆଜି ଝୁମି ଉଠିଥିଲା । ଦେଶର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନେ ଏ ସଂଗୀତ ଗାନ କରିଥିଲା ବେଳେ ଦରିଆ ପାରି ବିଦେଶରେ ଥିବା ଓଡ଼ିଆମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନଥିଲେ । ଏପରିକି ପ୍ରଖ୍ୟାତ କଣ୍ଠଶିଳ୍ପୀ ଆଶା ଭୋଁସଲେ ଓ ଶଙ୍କର ମହାଦେବନ୍ ମଧ୍ୟ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଓଡ଼ିଶାର ଏ ଆଦ୍ୟ ସଂଗୀତ ଗାନ କରିଛନ୍ତି । ‘ବନେ୍ଦ ଉକ୍ରଳ ଜନନୀ’ ଧ୍ୱନିରେ ଗୁଞ୍ଜରିତ ହୋଇଛି ସାରା ଦୁନିଆ ।
ରାଜ୍ୟର ସବୁ ସହର, ଜିଲ୍ଲା ମୁଖ୍ୟାଳୟ, ପୌର ସଂସ୍ଥା, ସରକାରୀ ଅଫିସ, ବେସରକାରୀ ଅଫିସ, ଷ୍ଟାଡିୟମରୁ ଆରମ୍ଭ କରି ବଜାରଘାଟ ସବୁଠି ଆଜି ଅପରାହ୍ନରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ପରିବେଶ । ପ୍ରାୟ ଅଢେ଼ଇ ମାସ ହେବ ଲକ୍ଡାଉନ କଟକଣାରେ ଅଣନିଃଶ୍ୱାସୀ ସାରା ଓଡ଼ିଶା ଆଜି ମୁଖ୍ୟମନ୍ତ୍ରୀଙ୍କ ଅପିଲରେ ବନେ୍ଦ ଉକ୍ରଳ ଜନନୀ ଗାନ ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରିଥିଲା । ରାଜଧାନୀ ଭୁବନେଶ୍ୱରରେ ଏଥିପାଇଁ ବିଭିନ୍ନ ସ୍ଥାନରେ ହୋଇଥିଲା ନିଆରା ପ୍ରସ୍ତୁତି । ସାମାଜିକ ଦୂରତା ମଧ୍ୟରେ ସମବେତ ସ୍ୱରରେ ସାରା ଓଡ଼ିଶା ଏ ସଂଗୀତ ଗାଇଥିଲା । ଆଗଧାଡ଼ିରେ ରହି କରୋନା ସହ ଲଢୁଥିବା ଆମ ଯୋଦ୍ଧାଙ୍କ ମନୋବଳ ବଢ଼ାଇ ସେମାନଙ୍କୁ ସମ୍ମାନ ଜଣାଇଲେ ସବୁ ଓଡ଼ିଆ ।
ସମଗ୍ର ଦୁନିଆ ଏବେ ସବୁଠାରୁ ବଡ଼ ଜଟିଳ ପରିସ୍ଥିତିର ସାମନା କରୁଛି । ମହାମାରୀ କୋଭିଡ୍ ବିରୋଧରେ ସବୁଠି ଚାଲିଛି ଯୁଦ୍ଧ । ଓଡ଼ିଶା ବି ଏ ରୋଗ ବିରୋଧରେ ତାର ଲଢେ଼ଇକୁ ଜୋରଦାର କରିଛି । ଏ ଯୁଦ୍ଧରେ ଆଗଧାଡ଼ିରେ ଅଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ, ସରପଞ୍ଚ, ପୁଲିସ୍, ଆଶା ଓ ଅଙ୍ଗନବାଡ଼ି କର୍ମୀ । ଏ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିÂା ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବାକୁ ଶନିବାର ସନ୍ଧ୍ୟା ୫.୩୦ରେ ସମସ୍ତେ ‘ବନେ୍ଦ ଉକ୍ରଳ ଜନନୀ’ ସଂଗୀତ ଗାନ କରିବାକୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ଏ ଆହ୍ୱାନକୁ ସବୁଆଡୁ ମିଳିଛି ଅଦ୍ଭୂତପୂର୍ବ ସମର୍ଥନ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ‘ବନେ୍ଦ ଉକ୍ରଳ ଜନନୀ’ ଗୀତ ଗାଇଥିଲା ବେଳେ ତାଙ୍କ ସହ ଥିଲେ ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ନୂଆଦିଲ୍ଲୀ ବାସଭବନରେ ପରିବାର ସହ ଏ ଗୀତ ଗାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅଧିକାରୀମାନଙ୍କ ସହ ଏ ଗୀତ ଗାଇ କରୋନା ଯୋଦ୍ଧାଙ୍କୁ ସଲାମ ଜଣାଇଛନ୍ତି । ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସହ ବରିÂ ଆଇଏଏସ୍ ଅଧିକାରୀ, ପୁଲିସ ମୁଖ୍ୟାଳୟରେ ଡିଜିପି ଶ୍ରୀ ଅଭୟ, ପୁଲିସ ସେବା ଭବନରେ କମିଶନର ଡା.ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିÂ ଅଧିକାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧି ଗାଇଛନ୍ତି ଏ ସଂଗୀତ ।
କଳିଙ୍ଗ ଷ୍ଟାଡିମୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହରାଙ୍କ ସହ ଶହ ଶହ ଆଥଲେଟ୍ ଏକାଠି ହୋଇ ବନେ୍ଦ ଉକ୍ରଳ ଜନନୀ ଗାନ କରିଥିଲା ବେଳେ ପୁରୀ ବଡ଼ଦାଣ୍ଡରେ ମଧ୍ୟ ସେବାୟତ ଓ ଭକ୍ତ ଗୋଟିଏ ସ୍ୱରରେ ଏ ଗୀତ ଗାଇ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଛନ୍ତି । ବିଭିନ୍ନ ଅଞ୍ଚଳରେ ଥିବା ମନ୍ତ୍ରୀମାନେ ମଧ୍ୟ ଏ ରାଷ୍ଟ୍ରଗାନରେ ସାମିଲ୍ ହୋଇଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାମାନେ ଏ ସଂଗୀତ ଗାନ ପାଇଁ ସମବେତ ହୋଇଥିଲା ବେଳେ ବିଜେପି ପାର୍ଟି ଅଫିସରେ ସଭାପତି ସମୀର ମହାନ୍ତି ଏବଂ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ନେତାଙ୍କ ସହ ମିଶି ସଂଗୀତର ସ୍ୱରରେ ସାମିଲ୍ ଥିଲେ ।
କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ କେବଳ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି । କୋଭିଡରେ ଓଡ଼ିଶାର ମୃତୁ୍ୟହାର ସମଗ୍ର ବିଶ୍ୱରେ କମ୍ । ଲୋକ ପ୍ରତିନିଧି, ସରକାରୀ ଓ ବେସରକାରୀ କର୍ମଚାରୀ ସମସ୍ତେ ନିଜ ସୁଖଦୁଃଖକୁ ପଛରେ ପକାଇ ସେବା ଯୋଗାଇ ଚାଲିଛନ୍ତି । ଆଗକୁ ଆହୁରି କଠିନ ରାସ୍ତା ଆସିପାରେ । ଆଗାମୀ ଦିନର ଆହ୍ୱାନକୁ ସଫଳ ଭାବେ ମୁକାବିଲା କରିବା ଏବଂ ନୂଆ ସଂକଳ୍ପ ନେଇ କାମ କରିବାକୁ ‘ବନେ୍ଦ ଉକ୍ରଳ ଜନନୀ’ ସଂଗୀତ ଗାନ ସହାୟକ ହେବ । ଓଡ଼ିଆ ଜାତିର ଏ ଆଦ୍ୟ ସଂଗୀତର ଗୁଞ୍ଜରଣରେ କୋଭିଡ ଯୋଦ୍ଧାମାନେ ଉତ୍ସାହିତ ହେବେ । ତାଙ୍କ ସହ ଯେ ସାରା ରାଜ୍ୟବାସୀ ଅଛନ୍ତି ତାହାର ପ୍ରମାଣ ଆଜି ମିଳିଛି । ଆଗକୁ କରୋନା ଲଢେ଼ଇରେ ସେମାନେ ଆହୁରି ନିÂାର ସହ କାମ କରିବେ । କରୋନା ଯୁଦ୍ଧରେ ଓଡ଼ିଶା ବିଜୟୀ ହେବାରେ ଏ ଅଭିନବ ସଂଗୀତ ଗାନ ସହାୟକ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons