ରାଜକୋଟ: ଗୁଜରାଟର ରାଜକୋଟରେ ଥିବା ଏକ କୋଭିଡ-୧୯ ହସ୍ପିଟାଲରେ ନିଆଁ ଲାଗି ୫ ଜଣ ରୋଗୀଙ୍କର ମୃତୁ୍ୟ ଘଟିଛି । ଅନ୍ୟ ୨୮ ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ସହ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଗୁରୁବାର-ଶୁକ୍ରବାର ରାତି ୧ଟା ସମୟରେ ମାଭଡି ଅଞ୍ଚଳରେ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ହୋଇଥିବା ଉଦୟ ଶିବାନନ୍ଦ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଥିଲା । ସେହି ସମୟରେ ଆଇସିୟୁରେ ୭ ଜଣ ରୋଗୀ ଚିକିତ୍ସାଧୀନ ଥିଲେ । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତୁ୍ୟ ଘଟିଥିଲା । ନିଆଁ ଲାଗିବା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚô ତୁରନ୍ତ ସେଠାରେ ଚିକିତ୍ସାଧୀନ ଅନ୍ୟ ୩୦ ଜଣଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଥିଲେ । ତେବେ ହସ୍ପିଟାଲ ନେବା ବାଟରେ ଆଉ ୨ ଜଣ ରୋଗୀଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଉଦ୍ଧାର କରାଯାଇଥିବା କୋଭିଡ-୧୯ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଅଗ୍ନିଶମ ଅଧିକାରୀ ଜେ.ବି ତେଭା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଅଗ୍ନିକାଣ୍ଡର ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ଅଗ୍ନିକାଣ୍ଡରେ ୫ ଜଣ ରୋଗୀଙ୍କ ମୃତୁ୍ୟ ଘଟିବା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍ ଯୋଗେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପ୍ରଭାବିତ ଲୋକମାନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ମୋଦି ଉଲ୍ଲେଖ କରିଛନ୍ତି । ଗତ ଅଗଷ୍ଟ ମାସରେ ଅହମ୍ମଦାବାଦର ଏକ ଘରୋଇ କୋଭିଡ-୧୯ ହସ୍ପିଟାଲରେ ନିଅାଁ ଲାଗିଯିବାରୁ ୮ ଜଣ ରୋଗୀଙ୍କର ମୃତୁ୍ୟ ଘଟିଥିଲା । ଇତିମଧ୍ୟରେ ସୁପ୍ରିମକୋର୍ଟ ରାଜକୋଟ କୋଭିଡ-୧୯ ହସ୍ପିଟାଲରେ ନିଆଁ ଲାଗିବା ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । କହିଛନ୍ତି ଏଭଳି ଘଟଣା ଅନେକଥର ଘଟିଥିବାର ଆମ ନଜରକୁ ଆସିଛି । କିନ୍ତୁ ଅଗ୍ନିକାଣ୍ଡ ପ୍ରତିହତ କରିବା ଲାଗି କୌଣସି ଦୃଢ଼ ପଦକ୍ଷେପ ନିଆଯାଉନାହିଁ । ଏବେ ଆତ୍ମସମୀକ୍ଷା କରିବାର ସମୟ ଆସିଛି ବୋଲି କୋର୍ଟ କହିଛନ୍ତି ।
Comments are closed, but trackbacks and pingbacks are open.