କୋରଡ଼ା ଗ୍ରାମରୁ ପୁରୀ ଗଲା ରଥ କାଠ

Get real time updates directly on you device, subscribe now.

ନୂଆଗାଁ,(ବି.ବି.ନୁ୍ୟଜ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ା ପଞ୍ଚାୟତର କୋରଡ଼ା ଗ୍ରାମରୁ ୩ଟି ଫାଶୀ କାଠ ପୁରୀ ପଠା ଯାଇଛି । ଗତକାଲି କୋରଡ଼ା ଗ୍ରାମର ବ୍ରଜବନ୍ଧୁ ଚମ୍ପତ୍ତି, ଅନନ୍ତ ପ୍ରଧାନ ଓ ସନ୍ତୋଷ ଗୋଛାୟତଙ୍କ ବାଡ଼ିରୁ ୩ଟି ଫାଶୀ ଗଛ ପୂଜାର୍ଚ୍ଚନା, ନାମ ସଂକୀର୍ତ୍ତନ କରାଯାଇ ମହୀତମା ଫରେଷ୍ଟର ରାକେଶ କୁମାର ସାହୁଙ୍କ ଉପସ୍ଥିତିରେ କଟା ଯାଇଥିଲା । କଟା ଯାଇଥିବା ଏହି ୩ଟି କାଠକୁ ଆଜି ସକାଳୁ ଏକ ଟ୍ରକ ଯୋଗେ ପୁରୀ ପଠା ଯାଇଛି ।
୮/୧୦/୧୨ ଫୁଟ ଲମ୍ବର ମୋଟ ୨୭୦ ଘନଫୁଟ କାଠ ରଥ ନିର୍ମାଣ ନିମନ୍ତେ ପଠା ଯାଇଥିବା ଫରେଷ୍ଟର ଶ୍ରୀ ସାହୁ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ରଥ ନିର୍ମାଣ ନିମନ୍ତେ କୋରଡ଼ାର ଗ୍ରାମର ଉପରୋକ୍ତ ୩ବ୍ୟକ୍ତି ସେମାନଙ୍କ ବାଡ଼ିରେ ଥିବା ଫାଶୀ ଗଛ ଦାନ କରିବାକୁ ଚାହୁଁଥିବା ବନ ବିଭାଗକୁ ଜଣାଇବା ପରେ ବନ ବିଭାଗ ପକ୍ଷରୁ କାଠଗୁଡ଼ିକୁ ସଂଗ୍ରହ କରାଯାଇ ପୁରୀ ପଠାଯାଇଛି । କାଠ ପଠାଯିବା ବେଳେ ଗ୍ରାମ ସଭାପତି ପ୍ରମୋଦ କୁମାର ଦାସ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons