ଜୟପୁର,(ବି.ବି.ନୁ୍ୟଜ): କୋରାପୁଟ ଘାଟିରେ ଆଜି ଘଟିଛି ସିରିଜ୍ ଦୁର୍ଘଟଣା । ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଡ୍ରାଇଭର ଓ ଜଣେ ବୁଲେଟ ଚାଳକ । ବୁଲେଟ ଚାଳକଙ୍କ ଗୋଡ ଭାଙ୍ଗିଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି । ଟ୍ରକ ଓ ଭ୍ୟାନ ଡ୍ରାଇଭର ଆହତ ହୋଇଛନ୍ତି । ବୁଲେଟ ଚାଳକକୁ କୋରାପୁଟ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦମକଳବାହିନୀ ଓ କୋରାପୁଟର ଓଡ୍ରାଫ ଟିମ୍ ଆହତଙ୍କୁ ଉଦ୍ଧାର କରିଛନ୍ତି ।
ଆଜି ଅପରାହ୍ନରେ କୋରାପୁଟ ଘାଟିରେ ଦୁର୍ଘଟଣା ହୋଇଥିଲା । କୋରାପୁଟରୁ ଜୟପୁରକୁ ଏକ କୋଇଲା ବୋଝେଇ ଟ୍ରକ ଆସୁଥିଲା । ସେହି ସମୟରେ ଜୟପୁରରୁ କୋରାପୁଟକୁ ଏକ ପିକ୍ଅପ୍ ଭ୍ୟାନ ଯାଉଥିଲା । ଘାଟିରେ ଭାରସାମ୍ୟ ହରାଇ କୋଇଲା ବୋଝେଇ ଟ୍ରକ୍ ଭ୍ୟାନ ଉପରେ ପଡିଯାଇଥିଲା । ଫଳରେ ଭ୍ୟାନଟି ରାସ୍ତାକଡକୁ ଓଲଟି ପଡ଼ିଥିଲା । ଏହି ସମୟରେ ଯାଉଥିବା ବୁଲେଟ୍ଟି ଭାରସାମ୍ୟ ହରାଇ ରାସ୍ତାପାଶ୍ୱର୍ ଗାର୍ଡୱାଲ୍ ମଝିରେ ଫସିଯାଇଥିଲା । ଫଳରେ ବୁଲେଟ ଚାଳକର ଗୋଡ ଭାଙ୍ଗିଯାଇଛି । ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ କୋରାପୁଟ ପଠାଯାଇଛି ।


Comments are closed, but trackbacks and pingbacks are open.