ଜୟପୁର,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲାରେ କରୋନା ନେଇଛି ପ୍ରଥମ ଜୀବନ । ମୃତ ବ୍ୟକ୍ତି ଜଣଙ୍କ ଜୟପୁର ସହର ଜୟନଗର ଅଞ୍ଚଳର । ପଜିଟିଭ୍ ଚିହ୍ନଟ ହେବା ପରେ ୬୪ ବର୍ଷୀୟ ବ୍ୟକ୍ତି ଜଣଙ୍କୁ ଗୁରୁତର ଅବସ୍ଥାରେ ଜୟପୁର କୋଭିଡ୍ ହସ୍ପିଟାଲରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିଲା । ଇଚ୍ଛାପୁର ନିକଟରେ ପ୍ରଥମେ ଆମ୍ବୁଲାନ୍ସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପରେ ରୋଗୀ ଜଣଙ୍କୁ ବ୍ରହ୍ମପୁର ଶୀତଳାପଲ୍ଲୀ ନିକଟରେ ଥିବା ଟାଟା କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ମୃତୁ୍ୟ ହୋଇଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଗୁରୁବାର ସକାଳେ ଏହି ଘଟଣା ଘଟିବା ପରେ ସରକାରଙ୍କ ତରଫରୁ ଶବ ଅଣାଯାଇଥିଲା ଜୟପୁର । କିନ୍ତୁ ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାରୁ ଶବ ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି କୁହାଯାଇଥିଲା । ପ୍ରଶାସନ ପକ୍ଷରୁ ଶବ ଦାହ କରାଯିବ ବୋଲି କୁହାଯାଇ ଏଥିଲାଗି ପରିବାର ଲୋକଙ୍କ ସହମତି ଲୋଡାଯାଇଥିଲା । ପରିବାର ଲୋକେ ରାଜି ହେବା ପରେ ପ୍ରଶାସନ ତାଙ୍କ ଶବ ସକ୍ରାର କରିଥିବା ଜଣାପଡ଼ିଛି ।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ଜଣଙ୍କର ହୃଦଜନିତ ସମସ୍ୟା ରହିଥିଲା । କିଛିଦିନ ହେଲା ସେ ଥଣ୍ଡା, କାଶରେ ବି ପୀଡିତ ଥିଲେ । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ସେମାନେ ତାଙ୍କୁ ମଙ୍ଗଳବାର କୋରାପୁଟରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପୁରୁଷ ୱାର୍ଡରେ ଭର୍ତ୍ତି କରାଯିବା ବେଳେ ତାଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା । ରାତିରେ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ସେଠାକାର ଡାକ୍ତରଙ୍କ ପରାମର୍ଶରେ ଆକ୍ରାନ୍ତଙ୍କୁ ଅଣାଯାଇଥିଲା ଜୟପୁର କୋଭିଡ୍ ହସ୍ପିଟାଲ୍ । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ଅବସ୍ଥା ସଙ୍ଗୀନ ହୋଇପଡ଼ିଥିଲା । ଏ ସଂପର୍କର୍ରେ ଡାକ୍ତରଖାନାର ଜଣେ ଡାକ୍ତର ସେମାନଙ୍କୁ ସୂଚନା ଦେଇଥିଲେ । ଭୁବନେଶ୍ୱର କିମ୍ସ ହସ୍ପିଟାଲ୍ ନେଇଯିବା ଲାଗି କହିଥିଲେ । ବୁଧବାର ଅପରାହ୍ନ ପ୍ରାୟ ୩ଟା ବେଳେ କୋଭିଡ୍ ହସ୍ପିଟାଲ୍ ତରଫରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ଆକ୍ରାନ୍ତଙ୍କ ସାଙ୍ଗରେ ଜଣେ ଫାର୍ମାସିଷ୍ଟ ଏବଂ ଡ୍ରାଇଭର୍ ଯିବେ ବୋଲି କୁହାଯାଇଥିଲା । ଗାଡ଼ିରେ ୨ଟି ବଡ଼ ଅକ୍ସିଜେନ୍ ସିଲିଣ୍ଡର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ସାଥୀରେ ଯିବା ଲାଗି ସେମାନଙ୍କୁ (ପରିବାର ଲୋକଙ୍କୁ) ଅନୁମତି ଦିଆଯାଇନଥିଲା । ଏମିତିକି ଡିଷ୍ଟର୍ବ ହେବ କୁହାଯାଇ ଆମ୍ବୁଲାନ୍ସରେ ଯାଉଥିବା କାହାରି ଫୋନ୍ ନମ୍ବର ଦିଆଯାଇନଥିଲା । ଗୁରୁବାର ସକାଳ ପ୍ରାୟ ୬ଟା ବେଳେ ସେମାନେ ଆକ୍ରାନ୍ତଙ୍କ ସଂପର୍କରେ ଜୟପୁର କୋଭିଡ୍ ହସ୍ପିଟାଲ୍ର ଜଣେ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । ଜଣାପଡିଥିଲା ଯେ, ଆମ୍ବୁଲାନ୍ସଟି ଇଚ୍ଛାପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କିନ୍ତୁ ରୋଗୀଙ୍କର କୌଣସି ଅସୁବିଧା ହୋଇନି । ଅନ୍ୟ ଏକ ଗାଡ଼ିରେ ତାଙ୍କୁ ସିପ୍ଟ କରାଯାଇଥିବା କୁହାଯାଇଥିଲା । ଏହାର ମାତ୍ର ଦେଢଘଣ୍ଟା ପରେ କୁହାଗଲା ଯେ, ଆକ୍ରାନ୍ତଙ୍କ ଅବସ୍ଥା ଅଧିକ ବିଗିଡିଯିବାରୁ ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ ନିକଟରେ ଟାଟା କୋଭିଡ୍ ମେଡିକାଲ୍କୁ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ଉଦ୍ୟମ ସତ୍ତେ୍ୱ ମୃତୁ୍ୟ ହୋଇଗଲା ।
ଆକ୍ରାନ୍ତଙ୍କ ମୃତୁ୍ୟ ପରେ ସରକାରଙ୍କ ତରଫରୁ ଜୟପୁରକୁ ଅଣାଯାଇଥିଲା ଶବ । କିନ୍ତୁ ସକ୍ରାର କରିବା ଲାଗି ପରିବାର ଲୋକଙ୍କୁ ସୁଯୋଗ ଦିଆଯାଇନଥିଲା । କରୋନାରେ ସଂକ୍ରମିିତ ଥାଇ ମୃତୁ୍ୟ ହୋଇଥିବାରୁ ପ୍ରଶାସନ ଶବ ସକ୍ରାର କରିବ ବୋଲି କୁହାଯାଇଥିଲା । ଏଥିଲାଗି ପରିବାର ଲୋକଙ୍କ ସହମତି ଲୋଡ଼ାଯାଇଥିଲା । ପରିବାର ଲୋକେ ରାଜି ହେବା ପରେ ଶବ ସକ୍ରାର କରାଯାଇଥିବା ଜଣାପଡିଛି । ଏ ସଂପର୍କରେ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହା କରୋନାଜନିତ ମୃତୁ୍ୟ କି ନୁହେଁ ସେ କହିପାରିବେନି । ପଜିଟିଭ୍ ଚିହ୍ନଟ ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂପର୍କରେ ସରକାରଙ୍କୁ ଜଣାଇ ଦିଆଯାଇଛି । ସରକାର ଯାହା ଘୋଷଣା କରିବେ । ପୁଲିସ୍, ମାଜିଷ୍ଟେ୍ରଟ୍, ଡାକ୍ତର ଓ ପରିବାର ଲୋକଙ୍କ ଉପସ୍ଥିତିିରେ ଶବକୁ କୋରାପୁଟ ଘାଟି ତଳେ ପୋତି ଦିଆଯାଇଛି ।
ବୋଲି ଭାବି ନେଉଛନ୍ତି । ଏ ସମ୍ପର୍କରେ ଉପଜିଲ୍ଲାପାଳ ଡ. ସିଦେ୍ଧଶ୍ୱର ବଳିରାମ ବନେ୍ଦାରଙ୍କ ସହ ଆଲୋଚନା କରିବା ବେଳେ କହିଛନ୍ତି, ସମସ୍ତ ମୃତକଙ୍କ ପରିବାର ସଦସ୍ୟଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯିବ ।
Comments are closed, but trackbacks and pingbacks are open.