କୋରାପୁଟ ଜିଲ୍ଲାର ୧୭ ଉଚ୍ଚ ବିଦ୍ୟାଳୟରେ ଖୋଲିବ ସ୍ମାର୍ଟ ଶ୍ରେଣୀ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ):କୋରାପୁଟ ଜିଲ୍ଲାରେ ୧୪ଟି ବ୍ଲକ ଓ ୩ଟି ସହରାଞ୍ଚଳର ୧୭ଟି ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଖୋଲିବ । ତେଣୁ ଜିଲ୍ଲାରେ ଆକାଂକ୍ଷାଭିମୁଖୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ଶୁଭାରମ୍ଭ କରାଯାଇଛି । ଜିଲ୍ଲାର ୧୭ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି.କେ. ପଣ୍ଡିଆନ ଭର୍ଚୁଆଲ ମାଧ୍ୟମରେ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଏନଇ କୋରାପୁଟ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର କହିଛନ୍ତି, କୋରାପୁଟ ଜିଲ୍ଲାର ୧୪ଗୋଟି ବ୍ଲକ ଓ କୋରାପୁଟ, ଜୟପୁର ଓ ସୁନାବେଡ଼ା ପୌରାଞ୍ଚଳର ୧୭ଟି ଉଚ୍ଚ ବିଦ୍ୟାଳୟକୁ ଏହି କାର୍ଯ୍ୟକମ ମାଧ୍ୟମରେ ଉନ୍ନତି କରାଯିବ । ପ୍ରାଥମିକ ଭାବେ ଜିଲ୍ଲାରେ ୧୭ଟି ଉଚ୍ଚ ବିଦ୍ୟାଳୟକୁ ନିଆଯାଇଛି । ଏସବୁ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଅକ୍ଟୋବର ୨ ପୂର୍ବରୁ ସ୍ମାର୍ଟ କ୍ଲାସ ରୁମ, ଲାଇବ୍ରେରୀ, ପିଲାମାନେ ଭଲ ପାଠ ପଢ଼ିବାପାଇଁ ଯାହାସବୁ ଆବଶ୍ୟକ ରହିଛି ତାହାସବୁ ଯେଗାଇ ଦିଆଯିବ । ପଞ୍ଚାୟତ ପ୍ରତିନି%ô ଓ ସ୍କୁଲ କମିଟି ଦ୍ୱାରା ଆସନ୍ତା ୫ ବର୍ଷ ପାଇଁ ସ୍କୁଲରେ କଣ ସବୁ ଉନ୍ନତି କରଣ କରାଯିବା ତାହାର ଯେଉ ଡ଼କୁମେଣ୍ଟ ପ୍ରସ୍ତୁତ କରିଛନ୍ତି ତାହାର ଆଜି ଶୁଭାରମ୍ଭ କରାଯାଇଛି । ପ୍ରଥମ ବର୍ଷର କାର୍ଯ୍ୟକ୍ରମ ଆଜି ଶୁଭାରମ୍ଭ କରାଯାଇଛି । ବିଶେଷକରି କୋରାପୁଟ ପୌରାଞ୍ଚଳର ବାଳିକା ଉଚ୍ଚ ବିଦ୍ୟାଳୟ ସହିତ ଜିଲ୍ଲାର ବିଭିନ୍ନ ୧୭ଟି ଉଚ୍ଚ ବିଦ୍ୟାଳୟକୁ ଏକ ମଡେଲ ବିଦ୍ୟାଳୟ କରାଯିବାକୁ ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons