ଭୁବନେଶ୍ୱର,(ବି.ବି.ବ୍ୟୁରୋ): କୋଲକତାର ଘରୋଇ ମେଡିକାଲ୍ କଲେଜରେ ଡାକ୍ତରମାନଙ୍କ ଉପରେ ହୋଇଥିବା ଅକ୍ରମଣ ପ୍ରତିବାଦରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଉକ୍ରଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଛାତ୍ରନେତା ରତନ୍ ଦିଗଲ୍ କହିଛନ୍ତି, ହରତାଲ କରୁଥିବା ଡାକ୍ତର ଏବଂ ଡାକ୍ତର ଛାତ୍ରମାନଙ୍କ ଉପରେ ପଶ୍ଚିମବଙ୍ଗ ସରକାରର ଗୁଣ୍ଡାମାନେ ଆକ୍ରମଣ କରିବା ଏବଂ ମହିଳା ଡାକ୍ତରମାନଙ୍କୁ ବଳାକ୍ରାର ଏବଂ ଏସିଡ୍ ମାଡ କରିବାକୁ ଧମକ୍ ଦେବା ଦୁର୍ଭାଗ୍ୟଜନକ । ଏଥିରୁ ସ୍ପଷ୍ଟ ବାରି ହେଉଛି ପଶ୍ଚିମବଙ୍ଗରେ କାନୁନ ବ୍ୟବସ୍ତା ଧ୍ୱସ୍ତ ହୋଇସାରିଛି । ଆକ୍ରମଣର ଶିକାର ହୋଇଥିବା ଡାକ୍ତରମାନଙ୍କୁ ସହାୟତା ଦେବା ପରିବର୍ତ୍ତେ ମମତା ବାନାର୍ଜୀ ସେମାନଙ୍କୁ ଧମକ ଦେବା ର୍ଦୁଭାଗ୍ୟଜନକ । ଏହି ଘଟଣାରେ ସଂପୃକ୍ତ ଗୁଣ୍ଡାମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଖିଳ ଭାରତୀୟ ବିଦାର୍ଥୀ ପରିଷଦ ଦାବି କରୁଛି ।
ଏହି ଅବସରରେ ଆଜି ଏବିଭିପି ପକ୍ଷରୁ ଉକ୍ରଳ ବିଶ୍ୱବିଦାଳୟ ସମ୍ମୁଖରେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।
Comments are closed, but trackbacks and pingbacks are open.