କୋହଲିଙ୍କ କବାଡ଼ି ଟିମ୍ରେ ଧୋନି, ଜାଡ଼େଜା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ପ୍ରୋ-କବାଡ଼ି ଲିଗ୍ର (ପିକେଏଲ୍) ମଜା ନେଇଛନ୍ତି । ଶନିବାର ଅନୁଷ୍ଠିତ ୟୁ-ମୁମ୍ବା ଓ ପୁନେରି ପଲ୍ଟନ ମ୍ୟାଚ୍ ଦେଖିବା ସହ ସେ ନିଜ କବାଡ଼ି ଦଳ ଚୟନ କରିଛନ୍ତି । ସେ ଭାରତୀୟ କ୍ରିକେଟ୍ ଦଳର ୭ଜଣ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଛନ୍ତି ।
କୋହଲି କହିଛନ୍ତି, କବାଡ଼ି ଖେଳରେ ବହୁତ ଶକ୍ତି ଓ ଫୁର୍ତ୍ତି ଆବଶ୍ୟକ । ଯଦି ଭାରତୀୟ ଦଳ ମଧ୍ୟରୁ ମୋତେ କବାଡ଼ି ଦଳ ଚୟନ କରିବାକୁ ପଡ଼େ ତା’ହେଲେ ମୁଁ ପ୍ରଥମେ ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଜାଡ଼େଜା ଓ ଉମେଶ ଯାଦବଙ୍କୁ ସ୍ଥାନ ଦେବି । ଏହି ୩ଜଣ ଖେଳାଳି ବହୁତ ଶକ୍ତିଶାଳୀ । ସେହିପରି ରିଶଭ ପନ୍ତ, ଲୋକେଶ ରାହୁଲ ଓ ଜଶ୍ପ୍ରୀତ୍ ବୁମ୍ରା ମୋର ଅନ୍ୟତମ ପସନ୍ଦ । କିନ୍ତୁ ମୁଁ ଏହି ଦଳରେ ନିଜକୁ ସାମିଲ କରିବାକୁ ଚାହୁଁନି । କାରଣ ସମସ୍ତ ୬ଜଣ ଖେଳାଳି ଅଧିକ ଦୃଢ଼ ଓ ଶକ୍ତିଶାଳୀ ରହିଛନ୍ତି । ଅନ୍ୟପକ୍ଷରେ କବାଡ଼ି ଖେଳାଳି ରାହୁଲ ଚୌଧୁରୀ ଓ ଅଜୟ ଠାକୁରଙ୍କୁ କୋହଲି ପ୍ରଶଂସା କରିଛନ୍ତି । ଉଭୟ କ୍ରିକେଟରେ କୋହଲି ଓ ଧୋନି ଯୋଡ଼ିଙ୍କ ଭଳି ସମାନ ବୋଲି ସେ ବିବେଚିତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons