କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ ମାରିଲା ମୋଷ୍ଟ ଓ୍ବାଣ୍ଟେଡ୍ ଅପରାଧୀ, ଏବେ ପୋଲିସ୍‌ର ମୁଣ୍ଡବିନ୍ଧା

Get real time updates directly on you device, subscribe now.

ଝାରସୁଗୁଡ଼ା: ଝାରସୁଗୁଡ଼ାର ଏକ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ ମାରିଲା ଜଣେ ଅପରାଧୀ। ୧୦ ଦିନ ତଳେ ରାଉରକେଲା ନାଲା ରୋଡ ଅଞ୍ଚଳର ଏହି ଯୁବକ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିବାବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୋଲିସ ସମ୍ପୃକ୍ତ ଯୁବକକୁ ନେଇ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଥିଲା।ସମ୍ପୃକ୍ତ ଯୁବକର ସ୍ୱାବ ଟେଷ୍ଟ ପାଇଁ ପଠାଯାଇ ଥିବାବେଳେ ସୋମବାର ଭୋହରୁ ଏହି ଅପରାଧୀ ଜଣକ କ୍ବାରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଛି। ଯୁବକ ଜଣକ ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଘଟିଥିବା ଏକ ଅପରାଧ ମାମଲରେ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ଥିବାବେଳେ ବର୍ତ୍ତମାନ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି। ଏହି ଯୁବକକୁ ଧରିବା ଉଦ୍ୟମ ଜାରି ରହିଛି ବୋଲି ଝାରସୁଗୁଡ଼ା ଥାନା ଅଧିକାରୀ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons