କ୍ରିକେଟ୍ ପଡ଼ିଆରେ ଅଘଟଣ:ରନ୍ ସଂଗ୍ରହ ବେଳେ ଟଳିପଡ଼ିଲେ ଛାତ୍ର

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କ୍ରିକେଟ୍ ଖେଳୁଥିବା ବେଳେ ପଡ଼ିଆରେଅଚାନକ ଟଳି ପଡ଼ିଅକାଳରେ ପ୍ରାଣ ହରାଇଛନ୍ତି ଜଣେ କଲେଜ ଛାତ୍ର । ପଡ଼ିଆରେ ରନ୍ ସଂଗ୍ରହ ଲାଗି ଦୌଡ଼ୁଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ ଛାତ୍ର ଜଣକ । ତାଙ୍କୁ ଗୁରୁତରଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଛାତ୍ର ଡେରାବିଶ ଥାନା ନୂଆଗାଁ ଗ୍ରାମର ହିମାଂଶୁ ପ୍ରଧାନଙ୍କ ଏକମାତ୍ର ପୁଅ ସତ୍ୟବ୍ରତ ପ୍ରଧାନ(୧୮) । ସେ ଡେରାବିଶ କଲେଜରେ ଯୁକ୍ତ ୨ ଶେଷ ବର୍ଷ ଛାତ୍ର ଥିଲେ ।
ସୋମବାରଅପରାହ୍ନ ପ୍ରାୟ ସାଢେ଼ ୪ଟା ବେଳେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ନିଜ ସାଥୀମାନଙ୍କ ସହିତ କ୍ରିକେଟ୍ ଖେଳୁଥିଲେ ସତ୍ୟବ୍ରତ । ସେ ବ୍ୟାଟିଂ କ୍ରିଜ୍ରେ ଥାଇ ରନ୍ ସଂଗ୍ରହ କରୁଥିବା ବେଳେ ହଠାତ୍ ତଳେ ମୁହଁ ମାଡ଼ି ପଡ଼ିଯାଇଥିଲେ ।ଅନ୍ୟ ସାଥୀମାନେ ତାଙ୍କ ଚେତା ଫେରାଇଆଣି ଚେତା ଫେରାଇବାକୁ ଉଦ୍ୟମ କରିଥିଲେ ବି ସେଆଉ ସ୍ୱାଭାବିକ ହୋଇ ପାରିନଥିଲେ । ବନ୍ଧୁମାନେ ୧୦୮ଆମ୍ୱୁଲାନ୍ସ ଡାକି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଟାଉନ ଥାନା ପୁଲିସ ଖବର ପାଇ ମୃତଦେହ ଜବତ କରିବା ସହ ଏକଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୁଲିସର ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରୁଥିବା ଏସ୍ଆଇ ସୌମ୍ୟରଞ୍ଜନ ଜାଲି କହିଛନ୍ତି । ଘଟଣାଟିଅଞ୍ଚଳରେ ଶୋକ ଖେଳାଇ ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons