ବ୍ରହ୍ମପୁର: ଖେଳ ହେଲା କାଳ। କ୍ରିକେଟ ଖେଳିବା ସମୟରେ ନବମ ଶେଣ୍ରୀ ଛାତ୍ରଙ୍କ ମୃତ୍ୟୁ। ସାଙ୍ଗ ହୋଇ ଖେଳିବା ବେଳେ ଦୁର୍ଭାଗ୍ୟବଶତ ତାଙ୍କ ଦେହରେ ଅନ୍ୟ ଜଣେ ସାଙ୍ଗ ବ୍ୟାଟ୍ ବାଜିଥିବା କୁହାଯାଉଛି। କିମ୍ବା କିଛି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଏଥିରେ ନାବଳକଙ୍କ ମୃତ୍ୟୁ ହୋଇଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ କାରଣ ସ୍ପଷ୍ଟ ହୋଇ ନାହିଁ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ତେବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନାବଳକର ମୃତ୍ୟୁ ଘଟଣାରେ କିଛି ପିଲାଙ୍କୁ ଅଟକ ରଖି ପୋଲିସ୍ ପଚରଉଚାର କରୁଛି।
Comments are closed, but trackbacks and pingbacks are open.