ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାଶ୍ୱିର୍କ ବିକାଶ ଯୋଜନା ମୁତାବକ ଚାଲିଥିବା ଉଚ୍ଛେଦ କାର୍ୟ୍ୟ ଆଜି ସାମୟିକ ଭାବେ ବନ୍ଦ କରାଯାଇଛି । ଉଚ୍ଛେଦରେ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଥଇଥାନ ଦାବିରେ ଆଜି ଦଳମତ ନିର୍ବିଶେଷରେ ଲୋକେ ଆନେ୍ଦାଳନକୁ ଓହ୍ଲାଇବା ଫଳରେ ବାଧ୍ୟ ହୋଇ ଉଚ୍ଛେଦ ବନ୍ଦ କରାଯାଇଛି । ଆସନ୍ତାକାଲି ଭଜନ ମଣ୍ଡପରେ ପ୍ରଶାସନ ଓ ସ୍ଥାନୀୟ ନେତା, ମୁରବିଙ୍କ ଯୋଗଦାନରେ ଏକ ବୈଠକ ଅନୁÂିତ ହେବ । ସେଥିରେ ସମସ୍ୟାର ସମାଧାନ ଉପରେ ନିଷ୍ପତ୍ତି ନିଆଯିବ । ଏହାପରେ ଯଥାରୀତି ଉଚ୍ଛେଦ କାର୍ୟ୍ୟ ଆଗକୁ ବଢ଼ିବ ବୋଲି ଏନ୍ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି ।
ମଙ୍ଗଳବାର ପୂର୍ବାହ୍ନରେ ଉଚ୍ଛେଦ କାମ ଆରମ୍ଭ ହେବାକୁ ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସ୍ଥାନୀୟ ଲୋକ, ଉଠା ଦୋକାନୀ, ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା ନିଯୋଗର ସେବାୟତଙ୍କ ସମେତ ବ୍ୟବସାୟୀ ମହାସଂଘର ସଦସ୍ୟମାନେ ଉଚ୍ଛେଦକୁ ପ୍ରତିବାଦ କରି ଧାରଣା ଦେଇଥିଲେ । ସେମାନଙ୍କ ସହିତ ବିଜେପି ନେତା ସମୀର ମହାନ୍ତି, ବାବୁ ସିଂହ, ଅମୀୟ ଦାଶ ପ୍ରମୁଖ ନିଜର ସମର୍ଥକଙ୍କ ସହ ଯୋଗ ଦେଇଥିଲେ । ଶ୍ରୀ ରାଉତରାୟ କହିଥିଲେ ଯେ ରାଜ୍ୟ ସରକାର କାହା ସହିତ ଆଲୋଚନା ନକରି ଅତର୍କିତ ଭାବେ ଉଚ୍ଛେଦ କରୁଛନ୍ତି । ଫଳରେ ମନ୍ଦିର ଚାରିପାଖରେ ଶହ ଶହ ବର୍ଷ ଧରି ବେପାର କରି ଆସୁଥିବା କ୍ଷୁଦ୍ର ବ୍ୟବସାୟୀ ଜୀବିକା ହରାଉଛନ୍ତି । ସରକାର ପ୍ରକୃତ ପ୍ରଭାବିତ ଲୋକଙ୍କୁ ପ୍ରଥମେ କ୍ଷତିପୂରଣ ଦେଇ ଥଇଥାନ କରିବା ପରେ ଉଚ୍ଛେଦ କାର୍ୟ୍ୟ କରନ୍ତୁ ବୋଲି ଶ୍ରୀ ରାଉତରାୟ ଦାବି କରିଥିଲେ । ସେହିଭଳି ବିଜେପି ନେତା ବାବୁ ସିଂହ କହିଛନ୍ତି, ସୌନ୍ଦର୍ୟ୍ୟକରଣ ଯୋଜନାକୁ ଆମେ ସମର୍ଥନ କରୁଛୁ, କିନ୍ତୁ ଉଚ୍ଛେଦରେ କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ଦୋକାନୀଙ୍କୁ ଥଇଥାନ କରିବା ଦିଗକୁ ସରକାର ପ୍ରାଥମିକତା ଦିଅନ୍ତୁ ।
ବିଭିନ୍ନ ଦଳୀୟ ନେତା, ସେବାୟତ ଓ ସ୍ଥାନୀୟ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ ବନ୍ଦ କରା ଯାଇଥିଲା ।
Comments are closed, but trackbacks and pingbacks are open.