ବୌଦ୍ଧ,(ବି.ବି.ନୁ୍ୟଜ): ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣି ମାଉଲୀ ମୁଣ୍ଡା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ବାଇକରେ ଯାଉଥିବା ତାଲସରଡା ପଞ୍ଚାୟତ କଙ୍କଲା ଗାଁରର ବଜରଙ୍ଗୀ ସେଠୀ (୩୫) ଗୁରୁତର ହୋଇଛନ୍ତି । ବଜରଙ୍ଗୀ କୌଣସି କାମରେ ବାଇକ (ଓଡ଼ି ୨୭ ଏ ୩୪୨୬) ଯାଗେ ବାଉଁଶୁଣି ଆଡକୁ ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ଦୁଗ୍ଧ ବାଝେଇ ୪୦୭ ଗାଡି (ଓଡି ୦୩ ୯୬୦୯) ସହ ମୁହାମୁହିଁ ହୋଇଥିଲେ । ଖବର ପାଇ ବାଉଁଶୁଣି ଦମକଳ ବାହିନୀ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ବଜରଙ୍ଗୀ ସେଠୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି । ବାଉଁଶୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.