କ୍ୟାନସର ପିଡ଼ିତା ପତ୍ନୀର ଜୀବନ ବଞ୍ଚାଇବାକୁ ସ୍ୱାମୀର ସଂଘର୍ଷ, ଅର୍ଥ ଓ କରୋନା ପ୍ରତିବନ୍ଧକ

Get real time updates directly on you device, subscribe now.

ମୟୂରଭଞ୍ଜ(ଘାସିରାମ ବେହେରା) : ପତ୍ନୀର ଜୀବନ ବଞ୍ଚାଇବା ପାଇଁ ସ୍ୱାମୀ ଦେଉଛି ଅଗ୍ନି ପରୀକ୍ଷା। ସ୍ତନକର୍କଟ ରୋଗରେ ଆକ୍ରାନ୍ତ ପତ୍ନୀର ଚିକିତ୍ସା ପାଇଁ ଗୋଟେପଟେ ଅର୍ଥ ତୋ ଅନ୍ୟପଟେ ମହାମାରୀ କରୋନା ସାଜିଛି ପ୍ରତିବନ୍ଧକ।ତଥାପି ହାରସ୍ୱୀକାର କରିନି ସ୍ୱାମୀ। ଭଲପାଉଥିବା ନିଜ ସ୍ତ୍ରୀର ଜୀବନ ବଞ୍ଚାଇବା ପାଇଁ ଚଳାଇଛି ସଂଗ୍ରାମ। ଛାତିରେ କୋହ ଆଉ ଆଖିରେଲୁହ ନେଇ ସରକାରୀ ଓ ବେସରକାରୀ ସାହାଯ୍ୟସହଯୋଗ ଅପେକ୍ଷାରେ ବିବଶ ତଥା ହତାଶା ଭିତରେ ଅସହାୟ ସ୍ୱାମୀ। ଏବେ ହାତ ଟେକିଦେଇ ଭଗବାନ ଭରସାରେ ଦିନ ଗଣୁଛି ନିରୁପାୟ ସ୍ୱାମୀ। ଏଠି ସମୟ ଖେଳୁଚି ଭଉଁରୀଖେଳ।
ଏଭଳିଏକ ସ୍ପର୍ଶକାତର ଏବଂ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଭୁର୍ଷାଣି ପଞ୍ଚାୟତରେ।
ବେଳେବେଳେ ସମୟ ମଣିଷକୁ ଏପରି ଅବସ୍ଥାରେ ଆଣି ଠିଆକରିଦିଏ, ଯେଉଁଠାରେ ଗୋଟିଏପଟେ ଜୀବନ ବଞ୍ଚାଇବାକୁ ମଣିଷ ସବୁକିଛି ପଛରେ ପକାଇ ପ୍ରୟାସ କରୁଥିବା ବେଳେ ସମୟ ତା ରାସ୍ତାରେ କଣ୍ଟା ବିଛାଡିଦିଏ। ତେବେ ଭୁର୍ଷାଣି ପଞ୍ଚାୟତ
ବାଲିଜୁଡି ଗ୍ରାମର ରବୀନ୍ଦ୍ର ମୁର୍ମୁ ନାମକ ବ୍ୟକ୍ତି ୧୪ବର୍ଷ ପୂର୍ବେ ପଶ୍ଚିମବଙ୍ଗ ସାତମା ଅଞ୍ଚଳର ସୂର୍ୟ୍ୟମଣି ମୁର୍ମୁକୁ ବିବାହ କରି ଆଣିଥିଲେ। ପରସ୍ପରଙ୍କ ଭଲପାଇବା, ବିଶ୍ୱାସ ଆଉ ବୁଝାମଣାକୁ ନେଇ ଖୁବ ଖୁସିରେ ସମୟ ଆଗକୁ ବଢ଼ିବା ସହ ଆଜିଯାଏଁ ଦୁହିଁଙ୍କ ସମ୍ପର୍କକୁ ନିବିଡ଼ ରଖିପାରିଛି। ପୁଅ ଛାତ୍ରାବାସରେ ରହି ଷଷ୍ଠ ଶ୍ରେଣୀରେ ଏବେ ଅଧ୍ୟୟନକରୁଛି । ହେଲେ ରବୀନ୍ଦ୍ର ମୁର୍ମୁର ସାଂସରରେ ଏବେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼ ଲାଗିଯାଇଛି ଗ୍ରହଣ।
୯ ମାସ ପୂର୍ବରୁ ରବୀନ୍ଦ୍ରଙ୍କ ସ୍ତ୍ରୀ ସୂର୍ୟ୍ୟମଣିଙ୍କୁ ଛାତିରେ କଷ୍ଟ ଅନୁଭବ ହେବାରୁ ସ୍ୱାମୀ ରବୀନ୍ଦ୍ର ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ପରୀକ୍ଷାନିରୀକ୍ଷା ପରେ ଟିଉମର ହୋଇଥିବା ଜଣାପଡିଥିଲା, ପରେ ତାହା କ୍ୟାନସରରରୂପ ନେଇଥିବା ଜଣାପଡିଥିଲା। ସ୍ୱାମୀ ରବୀନ୍ଦ୍ର ବାରମ୍ବାର କଟକ, ବାରିପଦା ମେଡ଼ିକାଲ ନେଇ ଚିକିତ୍ସା କରାଇ କୌଣସି ଫଳପ୍ରଦନହେବାରୁ ବାଧ୍ୟହୋଇ କର୍କଟକୁ ନିୟନ୍ତ୍ରଣ କରିବାକୁ, ଆଚାର୍ୟ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନ କଟକ ଠାରେ ଚାରିଥର କେମୋ ଚିକିତ୍ସା କରାଇ ଆସିଥିଲେ। ତେବେ ଅସ୍ତ୍ରୋପଚାର ଜରୁରୀ ହୋଇପଡିଥିବାରୁ ଏପ୍ରିଲ୧୫ ତାରିଖରେ ଅପରେସନ କରିବାକୁ ଡାକ୍ତର ତାରିଖ ଦେଇଥିଲେ। ହେଲେ ସମୟ ସବୁକିଛି ଓଲଟପାଲଟ କରିପକାଇଛି। ହେଲେ ଲକଡାଉନ ପାଇଁ ଯାଇପାରିଲେନି କି ହୋଇପାରିଲାନି ଅପରେସନ।ଏବେ ଛାତିରେ କୋହ ଆଉ ଆଖିରେ ଲୁହକୁ ସାଙ୍ଗକରି କର୍କଟ ସହିତ ସଂଗ୍ରାମ କରୁଛନ୍ତି ସ୍ୱାମୀ ସ୍ତ୍ରୀ ଦୁହେଁ। କଟକ ଯିବେ କିପରି ଏବଂ ଏଭଳି ଦେଶର ସଙ୍କଟ ପରିସ୍ଥିତିରେ ଅପରେସନ ହେବ କି ନାଁ ତାହାବି ସନ୍ଦେହରେ। ଏଭଳି ଦୁର୍ଦ୍ଦଶାରେ ୧୫ ତାରିଖ ଚିକିତ୍ସା ପାଇଁ କଟକ ଯିବା ସମ୍ଭବ ହେଲାନି ,ଏହି ଦୁଃଖୀ ଗରିବ ପରିବାର ପାଇଁ, ଏବେ କରନା ପାଇଁ କାମଦାମ ବନ୍ଦ ରହିଥିବା ବେଳେ ହାତରେ ଟଙ୍କା ନାହିଁ, ଆଉ ଏକା ଯିବାକୁ ସାମର୍ଥ୍ୟ ବି ନାହିଁ। ଅନ୍ୟପଟେ ଯନ୍ତ୍ରଣା ବଢ଼ି ବଢି ସୂର୍ୟ୍ୟମଣିଙ୍କ ଦେହରୁ ଏବେ ଦୁର୍ଗନ୍ଧ ଆସିଲାଣି। ନିରୁପାୟ ସ୍ୱାମୀ ସ୍ତ୍ରୀ ଚିନ୍ତାରେ କାନ୍ଦି ପକାଉଥିବା ବେଳେ ,ସ୍ୱାମୀର ଦୁଃଖ ଦେଖି କଇଁ କଇଁ ହୋଇ କାନ୍ଦି ଆଖିର ଲୁହ ପୋଛୁଛି ସ୍ତ୍ରୀ। ଏପରି ହୃଦୟବିଦାରକ ଦୃଶ୍ୟ ସଭିଙ୍କୁ ମର୍ମାହତ କରୁଛି। ଉପାୟଶୂନ୍ୟ ହୋଇ ସ୍ୱାମୀ ସ୍ତ୍ରୀ ଦୁହେଁ, ସୂର୍ୟ୍ୟମଣିର ବାପଘରେ ଆଶ୍ରୟ ନେଉଛନ୍ତି। ସାହାଯ୍ୟ ଏବଂ ସହାୟତା ଅପେକ୍ଷାରେ ଏହିପରିବାର। ଏଭଳି ସ୍ଥିତିରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବା ସହିତ ସହଯୋଗର ହାତବଢ଼ାଇ ଅସହାୟ ଗରିବ ସୂର୍ୟ୍ୟମଣିର ଚିକିତ୍ସା ପାଇଁ ବ୍ୟବସ୍ଥା କଲେ ହୁଏତ ପୁଣି ରବୀନ୍ଦ୍ରର ପରିବାରକୁ ପୁଣି ଖୁସି ଲେଉଟି ଆସନ୍ତା। ଏବେବି ସାଥୀ ହୋଇ ଜୀବନ ଜିଇଁବାକୁ ଦୁହିଁଙ୍କ ଆଖିରେ ରହିଛି ଆଖିଏ ସ୍ୱପ୍ନ ହେଲେ ବିଚାର ସମୟ ହାତରେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons