କ୍ୱାଟେନମେଣ୍ଟ ଜୋନ୍ରେ ପୋଲିସ ଉପରକୁ ପଥର ମାଡ଼

Get real time updates directly on you device, subscribe now.

ରାଉରକଲୋ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବିଶ୍ରାରୁ ୫ଜଣ ଓ ନାଲାରୋଡ଼ରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ସଂକ୍ରମଣକୁ ରୋକିବାକୁ ଏହି ୨ଅଞ୍ଚଳକୁ କ୍ୱାଟେନ୍ମେଣ୍ଟ ଜୋନ୍ରେ ପରିଣତ କରାଯାଇଥିବା ବେଳେ ସୋମବାର ନାଲାରୋଡ୍ରେ ପୋଲିସ ଉପରକୁ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । କୌଣସି କାରଣରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ କିଛି ଲୋକ ପଥର ମାଡ଼ କରିବା ସହ ବ୍ୟାରିକେଡ ଭାଙ୍ଗିଦେଇଛନ୍ତି । ଖବର ମିଳିବା ପରେ ନାଲାରୋଡ଼କୁ ଅଧିକ ଫୋର୍ସ ପଠାଯାଇଛି । ରାଉରକେଲା ଏସ୍ପି କେ. ଶିବା ସୁବ୍ରମଣି ଓ ବରିÂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚô ପରିସ୍ଥିତି ଉପରେ ନଜର ରଖିଥିବା ଜଣାଯାଇଛି । ତେବେ କେଉଁ କାରଣରୁ ଉତ୍ତ୍ୟକ୍ତ ଲୋକେ ପଥର ମାଡ଼ ସହ ବ୍ୟାରିକେଡ଼ ଭାଙ୍ଗିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏହି ଆକ୍ରମଣରେ କିଛି ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons