କ୍ୱାରେଣ୍ଟାଇନ୍ରେ ରହିବ ବିଦେଶ ଜାହାଜ

Get real time updates directly on you device, subscribe now.

ଛତ୍ରପୁର,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ରୋକିବାକୁ ଗୋପାଳପୁର ପୋର୍ଟ ଲିମିଟେଡ୍ (ଜିପିଏଲ୍) ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି । କେନ୍ଦ୍ର ସରକାରଙ୍କ ଜାହାଜ ମହାନିଦେ୍ର୍ଧଶାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବେଶ କଲ୍ୟାଣ ମନ୍ତ୍ରଣାଳୟ ନିଦେ୍ର୍ଧଶରେ ସମସ୍ତ ଭାରତୀୟ ଓ ବିଦେଶୀ ଜାହାଜ ଏବଂ ସେଥିରେ ଥିବା କ୍ରୁ-ସଦସ୍ୟଙ୍କ ନିୟମିତ ପର୍ଯ୍ୟବେକ୍ଷଣ ଓ ପରୀକ୍ଷା ପାଇଁ ଏକ ସ୍ୱୟଂସମ୍ପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥା ସ୍ଥାପନ କରାଯାଇଛି । ଭାରତ ସରକାର ପ୍ରସ୍ତୁତ କରିଥିବା ତାଲିକାରେ ଅନ୍ତର୍ଭୁକ୍ତ ରାଷ୍ଟ୍ର ଚୀନ, କୋରିଆ, ଜାପାନ, ଇଟାଲୀରୁ ଆସିଥିବା ଜାହାଜକୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ ବା ସଙ୍ଗରୋଧ କରାଯାଉଛି । କ୍ୱାରେଣ୍ଟାଇନ୍ ଅବଧି ସରିବା ପରେ ଜାହାଜର କ୍ରୁ-ମେମ୍ବର୍ଙ୍କ ପୁଣି ଯାଞ୍ଚ କରାଯାଉଛି । ଆବଶ୍ୟକ ହେଲେ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି । ଅନ୍ୟ ଦେଶଗୁଡ଼ିକରୁ ଆସୁଥିବା ଜାହଜଗୁଡ଼ିକରେ ଥିବା କ୍ରୁ-ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି ବୋଲି ବନ୍ଦରରେ ଜାହାଜ ପହଞ୍ଚିବାର ୨୪ ଘଣ୍ଟା ପୂର୍ବରୁ ପ୍ରାକ୍ ସୂଚନା ମଗାଯାଉଛି । କୋଭିଡ୍-୧୯ ସଂକ୍ରମଣ ରୋକିବା ଲାଗି ସିପ୍- ମାଷ୍ଟର୍ଙ୍କ ଠାରୁ ଏଭଳି ସୂଚନା ମାଗୁଛନ୍ତି ବନ୍ଦର କର୍ତ୍ତୃପକ୍ଷ ।
ଏହାବ୍ୟତୀତ ବନ୍ଦରର ନିଜସ୍ୱ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ୍ (ଏସ୍ଓପି) ବିକଶିତ କରି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଆନ୍ତର୍ଜାତିକ ମେରିଟାଇମ୍ ସଂଗଠନ (ଆଇଏମ୍ଓ) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ୍ୟଏଚ୍ଓ) ପରାମର୍ଶକୁ ଅନୁସରଣ କରୁଛି । ପୋର୍ଟ ହେଲ୍ଥ୍ ଆଣ୍ଡ୍ ମେରିଟାଇମ୍ ଟିମ୍ ତରଫରୁ ୨୪ ଘଣ୍ଟିଆ ତାଲିକା ଯାଞ୍ଚ କରାଯାଉଛି । ଅତିରିକ୍ତ ପ୍ରତିଷେଧକ ପଦକ୍ଷେପ ଲାଗି ବନ୍ଦର ପରିସରରେ ଥିବା ସମସ୍ତ ବିଦେଶର ଜାହାଜଗୁଡ଼ିକ ବନ୍ଦରରୁ ଚାଲିନଯିବା ପର୍ଯ୍ୟନ୍ତ ସେଥିରେ ଥିବା ସବୁ ସଦସ୍ୟମାନଙ୍କ ତାପମାତ୍ରାକୁ ପ୍ରତିଦିନ ଦୁଇ ଥର ମପା ହେଉଛି । ଏକ ଆଇସୋଲେସନ ୱାର୍ଡ ସ୍ଥାପନ କରାଯାଇଛି । ତିନି ଜଣ ପାରା ମେଡିକାଲ୍ ଷ୍ଟାଫ୍ ଥିବା ଏକ ଆମ୍ବୁଲାନ୍ସ ଦିବାରାତ୍ର ପ୍ରସ୍ତୁତ ରହିଛି ।
କରୋନା ଭାଇରସ୍ ବ୍ୟାପିବା ଦିନ ଠାରୁ ଜିପିଏଲ୍ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛି । ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଓ ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲ ଟିମ୍ ଦ୍ୱାରା ଗତ ଫେବ୍ରୁଆରି ୫ ତାରିଖରେ ବନ୍ଦରରେ ମକ୍ ଡ୍ରିଲ୍ କରାଯାଇଥିଲା । ମାର୍ଚ୍ଚ ୧୨ରେ କୋଷ୍ଟ ଗାର୍ଡ ଅଧିକାରୀମାନେ ବନ୍ଦର ପରିଦର୍ଶନରେ ଆସିଥିଲେ । ଜାହାଜରେ କାର୍ଯ୍ୟ କରିବା ବେଳେ ସମ୍ପୂର୍ଣ୍ଣ ସାନିଟାଇଜ୍ଡ୍ ହୋଇଥିବା ସାମୁଦ୍ରିକ ପାଇଲଟ୍ ସାରା ଶରୀରକୁ ସର୍ଜିକାଲ୍ ସୁରକ୍ଷାରେ ଘୋଡ଼ାଇ କାର୍ଯ୍ୟ କରୁଛନ୍ତି । ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଏହାର ମାନବ ସମ୍ବଳ ଏବଂ ପରିପାଶ୍ୱର୍ ସୁରକ୍ଷିତ ତଥା ସଂକ୍ରମଣମୁକ୍ତ ପରିବେଶ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons