ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ବୁଧବାର ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଥିବା ବେଳେ ଗୁରୁବାର ଏହି ସଂଖ୍ୟା ୨୧ ଛୁଇଁଛି । ଏକାଥରେ ୧୭ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଯ ହୋଇଥିବା ବେଳେ ସମସ୍ତେ ସୁରଟ ଫେରନ୍ତା ବୋଲି ଜଣାଯାଇଛି । ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାକୁ ଦୃଷ୍ଟିରେ ରଖି ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ଗଞ୍ଜାମ ଜିଲ୍ଲାବାସୀଙ୍କୁ ସ୍ଥାନୀୟ କ୍ୱାରେଣ୍ଟାଇନ୍ କେନ୍ଦ୍ର ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । କ୍ୱାରେଣ୍ଟାଇନ୍ କେନ୍ଦ୍ର ଆଡକୁ ନ ଯିବାକୁ ଲୋକଙ୍କୁ ନିବେଦନ କଲେ ଖୋଦ୍ ଜିଲ୍ଲାପାଳ । ଜିଲ୍ଲାପାଳ କହିଛନ୍ତି, ପ୍ରବାସୀମାନେ ହଟ୍ସପଟ୍ ଅଞ୍ଚଳରୁ ଆସୁଛନ୍ତି, ସେମାନଙ୍କ ଯନô ନିଆଯାଉଛି । କ୍ୱାରେଣ୍ଟାଇନ୍ ସେଣ୍ଟରକୁ କେବଳ ପ୍ରାଧିକୃତ ଅଧିକାରୀଙ୍କୁ ଯିବାକୁ ଅନୁମତି ମିଳିଛି । କରୋନା ଭୟ ଏଡ଼ାଇବାକୁ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ଜିଲ୍ଲାପାଳ ।
Comments are closed, but trackbacks and pingbacks are open.