କ୍ୱାରେଣ୍ଟାଇନ୍ ଜୋନ୍ ଘୋଷଣା କରି ଧରାଛୁଆଁ ଦେଲେନି: ତାତିଲେ ଲୋକେ

Get real time updates directly on you device, subscribe now.

କେନ୍ଦୁଝର, (ବି.ବି.ନୁ୍ୟଜ୍): କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଥମେ ୭୨ ଘଣ୍ଟା କ୍ୱାରେଣ୍ଟାଇନ୍ ଜୋନ୍ ହେବ ବୋଲି ଘୋଷଣା କରାଗଲା । ହେଲେ ୮ ଦିନ ହେବ ଏହି କଟକଣା ବଳବତ୍ତର ରହିଛି । କୌଣସି ଅଧିକାରୀ ଧରା ଧୁଆଁ ଦେଉ ନାହାନ୍ତି । ଫଳରେ ଆମେ ବାହାରକୁ ଯାଆସ କରିପାରୁନୁ । କାମଧନ୍ଦା ବନ୍ଦ । ଆମେ ପତ୍ର, କାଠ ବେପାର କରି ଚଳୁଛୁ । ଏବେ ଖାଇବୁ କ’ଣ । ଏପରି ଅଭିଯୋଗ ଆଣି କ୍ୱାରେଣ୍ଟାଇନ୍ ଜୋନ୍ ପ୍ରତ୍ୟାହାର ଦାବିରେ କେନ୍ଦୁଝର ଜିଲ୍ଲା କେନ୍ଦୁଝରଗଡ଼ ମୁ୍ୟନିସିପାଲଟି ଅଧୀନ ନିହାଲସିଂହ ଅଞ୍ଚଳବାସୀ ଆଜି (ମଙ୍ଗଳବାର) ରାସ୍ତାକୁ ଓହ୍ଲାଇଥିଲେ । ହେଲେ ବହୁ ବୁଝାସୁଝା ପରେ ଦୀର୍ଘ ସମୟ ପରେ ସେମାନେ ଆନେ୍ଦାଳନ ପ୍ରତ୍ୟାହାର କରିନେଇଥିବା ଜଣାଯାଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖରେ ନିହାଲସିଂହ ଅଞ୍ଚଳରେ ଜଣେ ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ ୭୨ ଘଣ୍ଟା ପାଇଁ କ୍ୱାରେଣ୍ଟାଇନ୍ ଜୋନ୍ ଭାବେ ଘୋଷଣା କରାଯାଇ ସିଲ୍ କରି ଦିଆଗଲା । ହେଲେ ପରେ ଏହି କଟକଣା ବଳବର୍ତ୍ତର ରଖାଯାଇଥିବା ବେଳେ କେବେ ଉଠାଯିବ ସେ ସମ୍ପର୍କରେ କେହି ନିର୍ଦ୍ଧିଷ୍ଟ ଭାବେ କହିଲେ ନାହିଁ । ଏହାପରେ ଲୋକଙ୍କ ଦୁର୍ଦ୍ଧଶା ବଢ଼ିବାରେ ଲାଗିଲା । ସେମାନଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଯାଇ ନ ଥିବା ବେଳେ ରାସନ ଚାଉଳ ସରିବାକୁ ବସିଲାଣି । ସବୁଦିନ ଖଟିଲେଖାଉଥିବା ବେଳେ ପାଖରେ ଥିବା ଟଙ୍କା , ଜିନିଷ ମଧ୍ୟ ସରିବାକୁ ବସିଲାଣି । ପ୍ରତିବାଦରେ ଅୟ୍ଚଳବାସୀ ଆଜି (ମଙ୍ଗଳବାର) ସକାଳେ ଏନଏଚ୍ ୪୯ ଅବରୋଧ କରିଥିଲେ । ଏଥିଯୋଗୁ ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହନ ଅଟକି ରହିଥିଲା । ଖବର ପାଇଁ ଘଟଣାସ୍ଥଳରେ ଉପଜିଲ୍ଲାପାଳ, ତହସିଲଦାର, ସଦର ଏସ୍ଡିପିଓ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ ସମୟର ଆଲୋଚନା ପରେ କ୍ୱାରେଣ୍ଟାଇନ୍ ଜୋନ୍ କଟକଣା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାଯାଇଛି । କିନ୍ତୁ ଏହି ସମୟ ପର୍ଯ୍ୟନ୍ତ ତହସିଲଦାର ପ୍ରତିଦିନ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବେ । ସେମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯିବ । ଏପରି ପ୍ରତିଶ୍ରୁତି ପରେ ଅଞ୍ଚଳବାସୀ ଆନେ୍ଦାଳନରୁ ଉଠିଯାଇଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons