ଆନନ୍ଦପୁର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ପଞ୍ଚାୟତର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ କିଛି ପ୍ରବାସୀ ମଦ୍ୟପାନ କରୁଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ନାଁ ବିଷ୍ଣୁ ରାଉତ । ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ୧୭ ଅନ୍ତେବାସୀ ରହୁଛନ୍ତି । ହେଲେ କିଛି ଅନ୍ତେବାସୀ ମଦ୍ୟପାନ କରୁଥିବାର ଫଟୋ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ କରି ଅନ୍ତେବାସୀଙ୍କୁ ମଦ ଦେଇଥିବା ଅଭିଯୋଗରେ ଗତକାଲି ଖଲଣା ଗାଁର ବିଷ୍ଣୁ ରାଉତଙ୍କୁ ଗିରଫ କରିଛି । ଏଥିସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ସରକାର ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣୁଛନ୍ତି । ଏହା ସହ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବା ସହ ଖାଇବାକୁ ମଧ୍ୟ ଦେଉଛନ୍ତି । ହେଲେ ସେସବୁକୁ ଭୃକ୍ଷେପ ନ କରି ପ୍ରବାସୀ ଓଡ଼ିଆମାନେ ଏପରି ଦାୟିତ୍ୱହୀନ କାମ କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed, but trackbacks and pingbacks are open.