କ୍ୱାରେଣ୍ଟାଇନ୍ ସେଣ୍ଟରରେ ମୃତ ବ୍ୟକ୍ତି ଉଠି ବସିଲେ!

Get real time updates directly on you device, subscribe now.

ଭଦ୍ରକ, (ବି.ବି.ନୁ୍ୟଜ୍): କ୍ୱାରେଣ୍ଟାଇନ୍ ସେଣ୍ଟରରେ ମୃତ ଯୁବକ ଉଠି ବିସିଲେ! କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । ମାତ୍ର ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତେବେ କଥାଟି ଏମିତି । ଜଣେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଗାଁ ଲୋକେ ଉଦ୍ଧାର କରି କ୍ୱାରେଣ୍ଟାଇନ୍ରେ ରଖିଥିଲେ । ମାତ୍ର ସେ ଶୁକ୍ରବାର ଖାଇବାକୁ ଉଠିନଥିଲେ । ମୃତ ବୋଲି ଭାବି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଦୂରରୁ ଠେଙ୍ଗାରେ ତାଙ୍କୁ ଠେଲିଥିଲେ ମଧ୍ୟ ସେ ଉଠିନଥିବାରୁ ମୃତ ବୋଲି ଭାବି ମହାପ୍ରୟାଣ ଗାଡ଼ି ଡକାଇ କାଗଜପତ୍ର କାମ ଆରମ୍ଭ କରିଦେଇଥିଲେ । ହେଲେ ଏସବୁ ଭିତରେ ହଠାତ୍ ଯୁବକ ଜଣକ ଉଠିବସିଲେ । ପୁରା ଘଟଣାଟି ଏମିତି । ଝାରଖଣ୍ଡ ରାଜ୍ୟର ଏଷଢ଼ଇକଳା ଅଞ୍ଚଳର ଜ୍ଞାନ ରଞ୍ଜନ ନାୟକ । ସେ ମାଲ୍ବାହୀ ଟ୍ରେନ୍ରେ ଭଦ୍ରକ ପଳାଇ ଆସିଥିଲେ । ତାଙ୍କର ମାନସିକ ସ୍ଥିତି ଭଲ ନଥିବାରୁ ସେ ଆଉ ଫେରିପାରିନଥିଲେ । ଭଦ୍ରକରେ ଟ୍ରେନରୁ ଓହ୍ଳାଇ ରାନ୍ଧିଆ ଅଞ୍ଚଳକୁ ଚାଳି ଯାଇଥିଲେ । ସେଠାରେ ବୁଲୁଥିଲେ । ‘କରୋନା’ ପାଇଁ ଲକ୍ଡାଉନ୍ ଘୋଷଣା ହେବା ପରେ ଜଣେ ଅଜଣା ଲୋକଙ୍କୁ ଦେଖି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ଗତ ୨୫ ତାରିଖରେ ରାନ୍ଧିଆ କ୍ୱାରେଣ୍ଟାଇନ୍ ସେଣ୍ଟରେ ଏକ ରୁମ୍ରେ ସେ ରହୁଥିଲେ । ତାଙ୍କ ପାଇଁ ପଞ୍ଚାୟତ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏପରିକି ତାଙ୍କ ପରିବାର ଲୋକଙ୍କ ସହ ଗାଁ ଲୋକେ ଟେଲିଫୋନ କଥାବାର୍ତ୍ତା କରାଇ ଦେଇଥିଲେ । ପରିବାର ଲୋକ ଭଦ୍ରକ ଆସିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଗତକାଲି ରାତିରେ ଜ୍ଞାନ କ୍ୱାରେଣ୍ଟଟାଇନ୍ ସେଣ୍ଟରରେ (ରହୁତôବା ଘର) ଭିତର ପଟୁ କବାଟ ଦେଇଥିଲେ । ଶୁକ୍ରବାର ସକାଳେ ଗାଁ ଲୋକେ ତାଙ୍କୁ ଖାଇବା ପାଇଁ ଡାକିଥିଲେ । ମାତ୍ର ସେ ଶୁଣି ନଥିଲେ କି ଉଠିନଥିଲେ ।ପରେ ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ । ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରେ ପଶି ଜ୍ଞାନଙ୍କୁ ଦୂରରୁ ବାଡ଼ି ଖେଞ୍ଚି ଡାକି ଥିଲେ । ମାତ୍ର ସେ ଉଠିନଥିଲେ । ଶେଷରେ କିଛି ଉପାୟ ନ ପାଇ ପୋଲିସ ମୃତ ବୋଲି ଭାବି ମହାପ୍ରୟାଣ ଗାଡ଼ିକୁ ଫୋନ୍ କରିଥିଲେ । ଏପରିକି ମହାପ୍ରୟାଣ ଗାଡ଼ି ଗାଁରେ ପହଞ୍ଚିଥିଲା । ପୋଲିସ ମୃତଦେହ ନେବା ପୂର୍ବରୁ କାଗଜପତ୍ର ଲେଖାଲେଖି କାମ କରୁଥିଲା । ଏହି ସମୟରେ ହଠାତ୍ ଜ୍ଞାନ ଉଠି ବସିଥିଲେ । ଏହା ଦେଖି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ । ପରେ ପୋଲିସ ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି । ଚିକିତ୍ସା ପରେ ତାଙ୍କୁ ତାଙ୍କ ଗାଁକୁ ପଠାଇ ଦିଆଯିବ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons