କ୍ୱାରେଣ୍ଟାଇନ୍ ସେଣ୍ଟରରେ ଶିକ୍ଷକଙ୍କୁ ମାଡ଼ ମାରିଲେ ହେବ କାର୍ଯ୍ୟାନୁÂାନ: ଗଣଶିକ୍ଷା ମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଶିକ୍ଷକଙ୍କୁ ମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହା ସହ ଶିକ୍ଷକଙ୍କ ସୁରକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରାଯାଇଛି । କରୋନା ମୁକାବିଲାରେ ଶିକ୍ଷକମାନେ ହେଉଛନ୍ତି ଯୋଦ୍ଧା । ସେମାନଙ୍କ ମନଭାବକୁ ସରକାର ପ୍ରଶଂସା ମଧ୍ୟ କରିଛନ୍ତି । ଯେଉଁମାନେ ସେମାନଙ୍କ ଉପରେ ଆକ୍ରମଣ କରୁଛନ୍ତି, ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁÂାନ ନିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସୂଚନାରୁ ପ୍ରକାଶ, ଗତ ୨୨ ତାରିଖରେ ଗଞ୍ଜାମ ଜଗନ୍ନାଥ ପ୍ରସାଦ କ୍ଷେତ୍ର ମୁଣ୍ଡୁଳି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାତ ନାୟକ ଓ ୨୪ ତାରିଖରେ ବାଲେଶ୍ୱରର ତୋଟାପଡ଼ା ବିଦ୍ୟାଳୟର କ୍ରୀଡା ଶିକ୍ଷକ ଲକ୍ଷ୍ମୀଧର ପରିଡାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହାଛଡ଼ା ଅନେକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀମାନେ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons