ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଯୁଦ୍ଧରେ ଓଡ଼ିଶା ଜିତିବ ନା ହାରିବ ତାହା ସରପଞ୍ଚମାନଙ୍କ ନେତୃତ୍ୱ ଓ କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରୁଛି । ସେମାନଙ୍କର ଏ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ସରକାରୀ ମାର୍ଗଦର୍ଶିକା ଅନୁସାରେ ପ୍ରତି ପଞ୍ଚାୟତର କ୍ୱାରେଣ୍ଟାଇନ୍ କେନ୍ଦ୍ର କିଭଳି ପରିଚାଳନା ହେବ ତାହାକୁ ସଂପୃକ୍ତ ସରପଞ୍ଚମାନେ ତଦାରଖ କରନ୍ତୁ ।
ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ ଆଲୋଚନା ବେଳେ ଏମିତି ପରାମର୍ଶ ଦେଇଛନ୍ତି ୫ ଟି ସଚିବ ଭି କେ ପାଣ୍ଡିଆନ୍ । ଗଞ୍ଜାମରେ ସୁରତ ଫେରନ୍ତାଙ୍କ ପାଇଁ ଏବେ କରୋନା ପଜିଟିଭ୍ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିଲା ବେଳେ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିଛି । କରୋନାର ହଟସ୍ପଟ୍ ପାଲଟିଥିବା ଗଞ୍ଜାମରେ ସ୍ଥିତି ନିୟନ୍ତ୍ରଣରେ ରଖିବାକୁ ୫ ଟି ସଚିବ ଆଜି ସରପଞ୍ଚମାନଙ୍କ ସହ ଆଲୋଚନା କରିଥିଲେ ।
ଶ୍ରୀ ପାଣ୍ଡିଆନ୍ କହିଲେ, ଏ ସଂକଟ ସମୟରେ ସରପଞ୍ଚମାନେ ନିଜ ନେତୃତ୍ୱର ପରାକାÂା ଦେଖାନ୍ତୁ । ଗଞ୍ଜାମରୁ ବାହାରିଥିବା ସମସ୍ତ ପଜିଟିଭ୍ ଏବେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଅଛନ୍ତି । ତେଣୁ ସରପଞ୍ଚମାନେ ଅଧିକ ବିଚଳିତ କିମ୍ବା ଭୟଭୀତ ହେବାର କାରଣ ନାହିଁ । ସେମାନେ କ୍ୱାରେଣ୍ଟାଇନ କେନ୍ଦ୍ରଗୁଡ଼ିକୁ କେବଳ ଠିକଣା ଭାବେ ଗାଇଡଲାଇନ୍ ଅନୁସାରେ ପରିଚାଳନା କରନ୍ତୁ । ନିୟମ ଅନୁସାରେ କେନ୍ଦ୍ରଗୁଡ଼ିକ ପରିଚାଳିତ କରିବାକୁ ସରକାର ସେମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ତେଣୁ ଏବେ ତୃଣମୂଳସ୍ତରରେ ସବୁକିଛି ସରପଞ୍ଚମାନଙ୍କ ଉପରେ ନିର୍ଭର କରୁଛି । ସେମାନେ ନିÂା ଦେଖାଇଲେ ଆମେ କରୋନା ଯୁଦ୍ଧରେ ଜିତିବା ।
୫ଟି ସଚିବ ସରପଞ୍ଚମାନଙ୍କ ଉଦେ୍ଧଶ୍ୟରେ କହିଲେ, ଆପଣମାନେ ବିକାଶ, ଶିକ୍ଷା, ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି । ମାତ୍ର କରୋନା ବିରୋଧରେ ଆପଣମାନଙ୍କ ଲଢେ଼ଇକୁ ଗ୍ରାମବାସୀ ସବୁଦିନ ପାଇଁ ମନେ ରଖିବେ । ଏପରିକି ଯେଉଁ ସରପଞ୍ଚମାନେ ସରକାରୀ କ୍ଷମତାକୁ ଉପଯୋଗ କରି ସଫଳତାର ସହ ଗାଁକୁ କରୋନା ପୂରାଇ ନଦେବେ ସେମାନଙ୍କୁ ଗ୍ରାମବାସୀ ସମ୍ବର୍ଦ୍ଧିତ ମଧ୍ୟ କରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ଏ ସଂକଟ ସମୟରେ କରୋନା ଯୋଦ୍ଧା ଭାବେ ସରପଞ୍ଚମାନେ ସରକାରଙ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ ।


Comments are closed, but trackbacks and pingbacks are open.