ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଖୋର୍ଦ୍ଧା, ଯାଜପୁର ପରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ କରୋନାର ହଟ୍ସ୍ପଟ୍ ପାଲଟିଛି । ରାଜ୍ୟରେ ସମୁଦାୟ ୨୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେକେବଳ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ୮୩ ଛୁଇଁଲାଣି । ଗଞ୍ଜାମରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସୁରଟ ଫେରନ୍ତା ବୋଳି ଜଣାଯାଇଛି । ଯାହାକି ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟତଃ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଉଥିବା ଲୋକ ନିଜ ପରିବାର ସଦସ୍ୟଙ୍କୁ ଭେଟୁଥିବା ଅଭିଯୋଗ ହେଉଛି । ଏହାଦ୍ୱାରା ସଂକ୍ରମର ଆଶଙ୍କା ବହୁମାତ୍ରାରେ ବଢ଼ି ଯାଉଛି । ତେଣୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଲୋକଙ୍କ ନିକଟକୁ ଯେପରି କେହି ବାହାର ଲୋକ ପହଞ୍ଚô ନ ପାରିବେ ସେଥିଲାଗି କଠୋର ପଦକ୍ଷେପ ନିଆଯାଇଛି । ସେଣ୍ଟରର ୧୦୦ ମିଟର ପରିସର ଭିତରକୁ ପ୍ରବେଶ ନିଷେଧ କରାଯାଇଛି । କେହି ନିୟମ ଉଲ୍ଲଙ୍ଘନ କଲେ ସିଆରପିସି ୧୪୪ ରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ନିଦେ୍ର୍ଧଶନାମାର ଯେପରି ଅନୁପାଳନ କରାଯିବ ସେଥିପାଇଁ ଏସ୍ପି , ଥାନା ଅଧିକାରୀମାନଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ର ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ପରବର୍ତ୍ତୀ ନିଦେ୍ର୍ଧଶାନାମା ପର୍ଯ୍ୟନ୍ତ ବାରଣ କଟକଣା ବଳବତ୍ତର ରହିବ ।


Comments are closed, but trackbacks and pingbacks are open.