ବାଲିପାଟଣା,(ବି.ବି.ନୁ୍ୟଜ୍): କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବେଶ କରି ପ୍ରବାସୀ ଓଡ଼ିଆଙ୍କ ଫଟୋ ଉଠାଇ ୧୪ ଦିନିଆ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଲେ ଯୁବକ । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ତୁରିନ୍ତିରା କ୍ୱାରେଣ୍ଟାଇନ୍ ସେଣ୍ଟରରେ । ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ବାଗଲପୁର ଗ୍ରାମର ଶ୍ରୀଧର ସାହୁ ବିପିନ ବିହାରୀ ହାଇସ୍କୁଲରେ ହୋଇଥିବା ତୁରିନ୍ତିରା ଗ୍ରାମ ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବେଶ କରି ପ୍ରବାସୀ ଡ଼ିଆଙ୍କର ଫଟୋ ଉଠାଇଥିଲେ । ବାରଣ ସତ୍ତେ୍ୱ ଶ୍ରୀଧର କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବେଶ କରି ସୋସିଆଲ ମିଡିଆରେ ଏହାର ଫଟୋ ସେୟାର କରିଥିଲେ । କ୍ୱାରେଣ୍ଟାଇନ୍ ସେଣ୍ଟର ନିମ୍ନମାନର ବୋଲି ସୋସିଆଲ ମିଡିଆରେ ଅଭେିଯାଗ କରିଥିଲେ । ଏହାକୁ ନେଇ ତୁରିନ୍ତିରା ସରପଞ୍ଚ ସୁଲୋଚନା ସ୍ୱାଇଁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲିପାଟଣା ପୋଲିସ ଘଟଣାର ତଦନ୍ତ କରି ଯୁବକଙ୍କୁ ୧୪ ଦିନିଆ ହୋମ କ୍ୱାରେଣ୍ଟାଇନ୍ରେ ପଠାଇଛି । ଅମାନିଆ ହେଲେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ପୋଲିସ ତାଗିଦ୍ କରିଛି । କ୍ୱାରେଣ୍ଟାଇନ ସେଣ୍ଟରରେ କ୍ରମଣର ଭୟ ଥିବାରୁ ସାଧାରଣ ଲୋକଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବେଶକୁ ବାରଣ କରାଯାଇଛି ।
Comments are closed, but trackbacks and pingbacks are open.