କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧଙ୍କ ମୃତୁ୍ୟ

Get real time updates directly on you device, subscribe now.

ପାଟଣାଗଡ଼,(ବି.ବି.ନୁ୍ୟଜ୍): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ଘଟିଛି । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଖୁଣ୍ଟସମଲାଇ କ୍ୱାରେଣ୍ଟାଇନ୍ ସେଣ୍ଟରରେ । ମୃତକଙ୍କ ନାଁ ଟିକେମଣି ତଅଲା ତାଙ୍କୁ ୭୦ ବର୍ଷ ହୋଇଥିଲା । ଟିକେମଣି ଛତିଶଗଡ଼ରେ ତାଙ୍କ ପୁଅ ପାଖରେ ରହୁଥିଲେ । ଗତ ୧୭ ତାରିଖରେ ନିଜ ଗାଁକୁ ଫେରିବା ପରେ ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ତାଙ୍କ ଶରୀର ଅସୁସ୍ଥ ଥିଲା । କ୍ୱାରେଣ୍ଟାଇନ୍ ସେଣ୍ଟରରେ ତାଙ୍କର ଚିକିତ୍ସା କରାଯାଉଥିଲା । ହେଲେ ୨୦ ତାରିଖରେ ଟିକେମଣି ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେହିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ରାତିରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆଜି ସକାଳେ ମୃତଦେହ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚିକିତ୍ସା ଅବହେଳାରୁ ଟିକେମଣିଙ୍କ ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବୁର୍ଲା ସ୍ଥାନାନ୍ତର ବେଳେ ପରିବାର ଲୋକଙ୍କୁ ଜଣାଯାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି । ପାଟଣାଗଡ଼ ଏସ୍ଡିଏମ୍ଓ ଓ ଉପଖଣ୍ଡ ପୋଲିସ ଅଧିକାରୀ ପାଟଣାସ୍ଥଳରେ ପହଞ୍ଚô ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯେଜାନାରେ ଦୁଇ ହଜାର ଟଙ୍କା ଟିକେମଣିଙ୍କ ପରିବାର ଲୋକଙ୍କୁ ଦେବା ପରେ ଉତ୍ତେଜନା ଥମିଥିଲା । ସୂଚନାଯୋଗ୍ୟ, ଟିକେମଣିଙ୍କର ସେପ୍ଟିସେମିଆ ରୋଗରେ ମୃତୁ୍ୟ ହୋଇଥିବା ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons