ଧରାକୋଟ,(ବି.ବି.ନୁ୍ୟଜ୍): ଧରାକୋଟ ବ୍ଲକ ତଥା ବଡ଼ଗଡ଼ ଥାନା ଅନ୍ତର୍ଗତ ବାହରପୁର ପଞ୍ଚାୟତର ଖଜୁରିପଦା ଗ୍ରାମ ନିକଟ ଜଙ୍ଗଲରେ ପୁଣି ବ୍ୟାପକ ପରିମାଣ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ସହ ୬ଟି ଥାନାର ଅଧିକାରୀଙ୍କ ସମେତ ଅବକାରୀ, ଜଙ୍ଗଲ ବିଭାଗର ମିଳିତ ଚଢ଼ଉ କରିଥିଲେ । ଆଦିବାସୀ ଅଧ୍ୟୁଷିତ ଖଜୁରିପଦା ଗ୍ରାମ ନିକଟ ଜଙ୍ଗଲରେ ୩୯ ଏକର ଜମିରେ ୫୭ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୫ କୋଟି ୭୦ ଲକ୍ଷ ଟଙ୍କା ହେବ ବୋଲି ଏସ୍ଡିପିଓ କହିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ ହୋଇଥିଲା । ପୁଲିସ କାର୍ଯ୍ୟାନୁÂାନ ଭୟରେ ଖଜୁରିପଦା ଗ୍ରାମ ପୁରୁଷ ଓ ମହିଳା ଶୂନ୍ୟ ହୋଇଯାଇଥିଲା । ଏହି ଚଢ଼ଉ ଅଭିଯାନରେ ମାଜିଷ୍ଟେ୍ରଟ ଦାୟିିତ୍ୱରେ ଧରାକୋଟ ତହସିଲଦାର କବିରାଜ ପ୍ରଧାନ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ, ଧରାକୋଟ ଥାନାଧିକାରୀ ସହଦେବ ମହାପାତ୍ର, ସୋରଡ଼ା ଥାନାଧିକାରୀ ରମେଶ ପ୍ରଧାନ, ବଡ଼ଗଡ଼ ଥାନାଧିକାରଷ ପ୍ରତାପ ତ୍ରିପାଠୀ, ହିଞ୍ଜିଳି ଥାନା ଅଧିକାରୀ ଅଭିମନୁ୍ୟ ଦାସ, ରେଞ୍ଜର ହରିହର ମଲିକଙ୍କ ସମେତ ଅବକାରୀ ବିଭାଗର ବରିÂ ପଦାଧିକାରୀ ଉପସ୍ଥିତ ଥିଲେ । କିଛିଦିନର ନିରବତା ପରେ ପୂର୍ବ ପ୍ରସ୍ତୁତି ପ୍ରକାରେ ପୁଲିସ ଅତର୍କିତ ଭାବେ ରବିବାର ଭୋରରୁ ଚଢ଼ଉ କରିଥିଲେ । ଗତ ୨୨ ନଭେମ୍ବରରେ ଏହି ଗଞ୍ଜେଇ ଗଛ ଉଚ୍ଛେଦ ବେଳେ ଆଦିବାସୀମାନେ ମେଳି ବାନ୍ଧି ପୁଲିସର କାର୍ଯ୍ୟରେ ବାଧା ଦେଇଥିଲେ । ଆଗାମୀ ଦିନରେ ଅପରେସନ ଜୋରଦାର କରାଯିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଏସ୍ଡିପିଓ କହିଛନ୍ତି ।
Comments are closed, but trackbacks and pingbacks are open.