ନବରଙ୍ଗପୁର: ଗାଁକୁ ରାସ୍ତା ନାହିଁ । ଆମ୍ୱୁଲାନ୍ସ ପହଞ୍ଚି ପାରିଲାନି । ଗାଁ ଲୋକେ ରୋଗୀଙ୍କୁ ୨ କିମି ଖଟିଆରେ ବୋହି ଆଣିଲେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛ ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତ ଗୌରଝରିଆ ଗାଁରେ ।
ଗାଁର ନମିତା ମାଝୀ(୩୦) ବିଦୁ୍ୟତ୍ ଆଘାତରେ ଗୁରୁତର ହୋଇପଡିଥିଲେ । ଗାଁ ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ୱୁଲାନ୍ସ ମଧ୍ୟ ପହଞ୍ଚିଥିଲା । କିନ୍ତୁ କାଦୁଅ ପଚ୍ପଚ୍ ରାସ୍ତା ଯୋଗୁ ଗାଁରୁ ୨ କିମି ଦୂରରେ ବାଇଦପଡ଼ା ନିକଟରେ ଅଟକିଗଲା ଆମ୍ୱୁଲାନ୍ସ । ଶେଷକୁ ଗାଁ ଲୋକେ ନମିତାଙ୍କୁ ଖଟିଆରେ ୨ କିମି ବୋହି ଆମ୍ୱଲାନ୍ସ ନିକଟକୁ ନେଇଥିଲେ । ପରେ ଆମ୍ବୁଲାନ୍ସରେ ତାଙ୍କୁ ଗୋÂୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।
ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ


Comments are closed, but trackbacks and pingbacks are open.