ଖଣି ଖୋଳି ବେଆଇନ ପଥର ଚାଲାଣ: ୭ ଟ୍ରକ ଜବତ, ୭ ଜଣ ଗିରଫ

Get real time updates directly on you device, subscribe now.

ଭୁବନ: ବେଆଇନ ଭାବେ ଖଣି ଖନନ କରି ଚାଲିଥିଲା ମାଙ୍କଡ଼ା ପଥର ଚାଲାଣ। ଜିଲ୍ଲା ବାହାରକୁ ଚୋରା ମଙ୍କଡ଼ା ପଥର ଚାଲାଣ ବେଳେ ଢେଙ୍କାନାଳ ଭୁବନ ନିକଟରୁ ୭ଟି ଚୋରା ପଥର ବୋଝେଇ ଟ୍ରକ ଜବତ ସହ ୭ ଜଣଙ୍କୁ ଗିରଫ କଲା ପୁଲିସ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇଣ୍ଡିପୁରରୁ ବେଆଇନ ଭାବେ ପଥର ଖନନ କରି ମଙ୍କଡ଼ା ପଥର ଜିଲ୍ଲା ବାହାରକୁ ଚୋରା ଚାଲାଣ କରାଯାଉଥିବା ଧରା ପଡିଛି।
ଏପରି କି ଗତ ବିଳମ୍ବିତ ରାତ୍ରିରେ ଏପରି ଚାଲାଣ କରାଯାଉଥିବା ୭ଟି ଟ୍ରକକୁ ଭୁବନ ପୁଲିସ ଜବତ କରିଛି। ୭ଜଣ ଟ୍ରକ ଡ୍ରାଇଭରଙ୍କୁ ମଧ୍ୟ ପୋଲିସ୍ ଅଟକ ରଖିଛି। ପଥର ବୋଝେଇ ଟ୍ରକ ସହ ଡ୍ରାଇଭରମାନଙ୍କୁ ଭୁବନ ଥାନାରେ ରଖାଯାଇଛି । ତେବେ ସେମାନଙ୍କୁ ପଚରା ଉଚରା କରିବା ପରେ ଏହି ଚୋରା ପଥର ସବୁ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇଣ୍ଡିପୁରରୁ ଭୟ ପଣ୍ଡୁଆ ଦେଇ ଭୁବନ ରୁ ଯାଜପୁର ଜିଲ୍ଲାକୁ ଚାଲାଣ ହେଉଥିବା ଜଣାପଡିଛି।
ତେବେ କାମାକ୍ଷାନଗର ଉପ ଆରକ୍ଷୀଅଧିକାରୀ ସୁପ୍ରଶନ୍ନ ମଲ୍ଲିକ ରାତ୍ରି ପାଟ୍ରୋଲିଂ ସମୟରେ ଜାତୀୟ ରାଜପଥ ୫୩ରୁ ଗାଡିଗୁଡିକୁ ଅଟକ ରଖି ଭୁବନ ଥାନାରେ ଜିମା ଦେଉଥିବା ଜଣାପଡିଛି । ଏ ସମ୍ପର୍କରେ ଭୁବନ ପୁଲିସ ଅଧିଜ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons