ତାଳଚେର,(ବି.ବି.ନୁ୍ୟଜ୍): ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ଦେଉଳବେଡ଼ା ତେଲିସାହିରେ ମାଟି ଦବିବା ଘଟଣାରେ ଆନେ୍ଦାଳନକୁ ଓହ୍ଲାଇଛନ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀ । ନିଷ୍ପତ୍ତି ଅନୁଯାୟୀ କ୍ଷତିିପୂରଣ ପ୍ରଦାନରେ ଏମ୍ସିଏଲ୍ର କାଳକ୍ଷେପଣ ନୀତି ପ୍ରତିବାଦରେ କ୍ଷତିଗ୍ରସ୍ତ ଗ୍ରାମବାସୀ ଆଜି ଲିଙ୍ଗରାଜ କୋଇଲା ଖଣି ବନ୍ଦ କରି ଦେଇଛନ୍ତି । ସକାଳୁ ଖଣି ବନ୍ଦ ଆନେ୍ଦାଳନ ଯୋଗୁଁ କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଥିଲା । ଆନେ୍ଦାଳନକାରୀମାନେ ଟାଇମ୍ ଅଫିସ୍ ସମ୍ମୁଖରେ ଧାରଣାରେ ବସି ରହିଥିଲେ ।
ଗତ ୧୫ ତାରିଖରେ ତେଲିସାହି ନିକଟରେ ଏକ ଚାଷ ଜମିରେ ଏକ ବଡ଼ଗର୍ତ୍ତ ସୃଷ୍ଟି ହେବା ସହ ମାଟି ଦବି ଯାଇଥିଲା । କ୍ଷତିପୂରଣ ଦାବିରେ ଗ୍ରାମବାସୀ ଓ ଯୁବ ସମାଜ ଆନେ୍ଦାଳନ ଚଳାଇବାରୁ ତହସିଲ୍ଦାର, ପୁଲିସ୍ ପ୍ରଶାସନ ଓ ଏମ୍ସିଏଲ୍ ଅଧିକାରୀ ବୁଝାସୁଝା କରିଥିଲେ । ଏମ୍ସିଏଲ୍ ସିଏମ୍ଡିଙ୍କ ସମେତ ସମସ୍ତ କ୍ଷେତ୍ରର ମହାପ୍ରବନ୍ଧକ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ । ସେହିଦିନ ସନ୍ଧ୍ୟାରେ ଡେରା ଅତିଥି ଭବନଠାରେ ଏକ ତ୍ରିପାକ୍ଷିକ ବୈଠକ ବସି ୨୪ ଘଣ୍ଟା ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିଲା ନାହିଁ କି ମାଟି ଦବିବା ଘଟଣାର କିପରି ପୁନରାବୃତ୍ତି ନହେବ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ତେଣୁ ପୂର୍ବ ଘୋଷଣା ମୁତାବକ ଆଜି ସକାଳ ୬ଟାରୁ ଗ୍ରାମବାସୀ ଖଣି ବନ୍ଦ ଆନେ୍ଦାଳନ ଆରମ୍ଭ କରିଥିଲେ ।
ସଂଧ୍ୟାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆନେ୍ଦାଳନକାରୀ, ତାଳଚେର କୋଇଲା କ୍ଷେତ୍ରର ମହାପ୍ରବନ୍ଧକ, ପ୍ରକଳ୍ପ ଅଧିକାରୀ ଓ ବରିÂ ଅଧିକାରୀଙ୍କ ସମେତ ଏସ୍ଡିପିଓ ସିଦ୍ଧାର୍ଥ କଟାରିଆଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା । ଗ୍ରାମବାସୀ ପ୍ରତି ଜମି ପିଛା ୨ ଲକ୍ଷ ଟଙ୍କା ଦାବିରେ ଜିଦ୍ ଧରିବାରୁ ଏ ସମ୍ପର୍କରେ ଏମ୍ସିଏଲ୍ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ସ୍ଥାନୀୟ ଏମ୍ସିଏଲ୍ ଅଧିକାରୀ ପ୍ରକାଶ କରିଥିଲେ । ତେବେ ଅପରାହ୍ନରୁ ଖଣି କାର୍ଯ୍ୟ ପୁଣି ସ୍ୱାଭାବିକ ହୋଇଥିଲା ବେଳେ ଦୁଇ ଦିନ ମଧ୍ୟରେ ଦାବି ପୂରଣ ନହଲେ ତାଳଚେର କୋଇଲା କ୍ଷେତ୍ର କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି କ୍ଷତିଗ୍ରସ୍ତ ଗ୍ରାମବାସୀ ଓ ଯୁବ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି ।
Comments are closed, but trackbacks and pingbacks are open.