ଖଣ୍ଡ ଖଣ୍ଡ ହେବ କୋଲ୍ ଇଣ୍ଡିଆ

Get real time updates directly on you device, subscribe now.

ନୂଆଦିଲ୍ଲୀ:ବିଶ୍ୱର ସର୍ବବୃହତ୍ କୋଇଲା ଉତ୍ପାଦନକାରୀ କୋଲ୍ ଇଣ୍ଡିଆ ଖଣ୍ଡ ଖଣ୍ଡ ହୋଇପାରେ । ଏହାକୁ ଭାଙ୍ଗି ସରକାର ପୃଥକ ପୃଥକ ପଞ୍ଜୀକୃତ କମ୍ପାନି ଗଠନ କରିବେ । ଉଦ୍ଦେଶ୍ୟ ହେଉଛି କମ୍ପାନିଗୁଡିକ ମଧ୍ୟରେ ପ୍ରତିଯୋଗିତା ବଢ଼ାଇ ଉତ୍ପାଦନ ବୃଦ୍ଧି କରିବା । ତା’ସହିତ ସରକାରୀ ରାଜସ୍ୱ ବୃଦ୍ଧି ଲକ୍ଷ୍ୟ ରହିଛି । ଏକ ବିଶେଷ ସୂତ୍ରରୁ ଏହା ଜଣାଯାଇଛି ।
ଅର୍ଥ ମନ୍ତ୍ରାଳୟର ଏହି ପ୍ରସ୍ତାବ ଉପରେ କୋଲ୍ ଇଣ୍ଡିଆ ଏବଂ କୋଇଲା ମନ୍ତ୍ରାଳୟ ଅନୁଧ୍ୟାନ କରୁଛନ୍ତି । କୋଲ୍ ଇଣ୍ଡିଆର ୪ଟି ବଡ଼ ଉତ୍ପାଦନ ୟୁନିଟ୍ ଏବଂ କୋଇଲା ଉତ୍ତୋଳନ ୟୁନିଟ୍କୁ ପଞ୍ଜୀକୃତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରସ୍ତାବ ଉପରେ କାର୍ଯ୍ୟ ପ୍ରାଥମିକ ପର୍ଯ୍ୟାୟରେ ଅଛି । କେବେ ଏହା ବାସ୍ତବରେ ପରିଣତ ହେବ ସେ ନେଇ ସବୁକିଛି ଅସ୍ପଷ୍ଟ ଥିବା ଘଟଣା ଉପରେ ସୂଚନା ରଖିଥିବା ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି ।
କୋଲ୍ ଇଣ୍ଡିଆର ସହଯୋଗୀ ୟୁନିଟ୍ଗୁଡିକୁ ପୃଥକ ପୃଥକ ପଞ୍ଜୀକୃତ କମ୍ପାନି ଭାବେ ପ୍ରସ୍ତୁତ କରିବା ଦ୍ୱାରା ଘରୋଇ କୋଇଲା ବଜାରରେ ପ୍ରତିଯୋଗିତା ସୃଷ୍ଟି ହେବ ଏବଂ କର୍ପୋରେଟ୍ ଗଭର୍ଣ୍ଣାଂସରେ ସୁଧାର ଘଟିବ ବୋଲି ଶିଳ୍ପ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ପୃଥକ କମ୍ପାନିରେ ପଞ୍ଜୀକୃତ ହେବାକୁ ଥିବା କୋଲ୍ ଇଣ୍ଡିଆର ୪ଟି ୟୁନିଟ୍ ହେଲା ମହାନଦୀ କୋଲ୍ଫିଲ୍ଡସ, ସାଉଥ୍ ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡସ, ନର୍ଦନ କୋଲ୍ଫିଲ୍ଡସ ଏବଂ ସେଣ୍ଟ୍ରାଲ କୋଲ୍ଫିଲ୍ଡସ । କମ୍ପାନିର ମୋଟ ଉତ୍ପାଦନରେ ଏହି ୪ଟି ୟୁନିଟ୍ର ଅବଦାନ ତିନି ଚତୁର୍ଥାଂଶରୁ ଅଧିକ ରହିଛି । ପୃଥକ ଭାବେ ପଞ୍ଜୀକୃତ ହେବାକୁ ଥିବା ପଞ୍ଚମ ୟୁନିଟ୍ ହେଲା ସେଣ୍ଟ୍ରାଲ ମାଇନ୍ ପ୍ଲାନିଂ ଆଣ୍ଡ୍ ଡିଜାଇନ୍ ଇନ୍ଷ୍ଟିଚ୍ୟୁଟ୍ ।
ସୂଚନାଯୋଗ୍ୟ, କୋଲ୍ ଇଣ୍ଡିଆ ବିପୁଳ ସମ୍ବଳ ଥାଇ ମଧ୍ୟ ବର୍ଦ୍ଧିତ ଚାହିଦା ପୂରଣ କରିବାରେ ଅସମର୍ଥ ହେଉଛି । ଗତ ଆର୍ଥିକବର୍ଷ ଏହା ରେକର୍ଡ ୬୦୭ ନିୟୁତ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ କରିଛି । ତଥାପି ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ଏହା ୨୨ଧ କମ୍ ।
ଚୀନ୍ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ କୋଇଲା ବ୍ୟବହାରକାରୀ । ଘରୋଇ ଉତ୍ପାଦନର ପାଖାପାଖି ୮୩ଧ ପାଇଁ ଏହା କୋଲ୍ ଇଣ୍ଡିଆ ଉପରେ ନିର୍ଭରଶୀଳ । କିଛି ଦିନ ହେବ କମ୍ପାନି ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ କମ୍ କୋଇଲା ଉତ୍ପାଦନ କରୁଛି ।
୨୦୧୭ରେ ନୀତି ଆୟୋଗ ପ୍ରସ୍ତାବ ଦେଇଥିଲା ଯେ, କୋଲ୍ ଇଣ୍ଡିଆକୁ ବହୁ ଭାଗ କରି ଭିନ୍ନ ଭିନ୍ନ କମ୍ପାନି ପ୍ରସ୍ତୁତ କରାଯାଉ । ଏହା ଦ୍ୱାରା ପରସ୍ପର ମଧ୍ୟରେ ପ୍ରତିଯୋଗିତା ବଢ଼ିବ ଏବଂ କୋଇଲା ଉତ୍ପାଦନ ବଢ଼ିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କିଛି ରାଷ୍ଟ୍ରାୟତ୍ତ କମ୍ପାନିରୁ ଅଂଶଧନ କାଢ଼ି ପାଣ୍ଠି ସଂଗ୍ରହ କରିବା ପାଇଁ ଯୋଜନା କରିଛନ୍ତି । ଏସବୁ ପୁଞ୍ଜି ପ୍ରତ୍ୟାହାରକୁ ପ୍ରାଥମିକତା ଦିଆଯାଉଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ରେ ବଜେଟ୍ ଉପସ୍ଥାପନ ବେଳେ କହିଥିଲେ । ଚଳିତ ଆର୍ଥିକବର୍ଷରେ ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ୧.୦୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons