ଖଦି ବୋର୍ଡ ସଭାପତି ଦାୟିତ୍ୱ ନେଲେ ସଂଗ୍ରାମ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡର ସଭାପତି ଭାବେ ଯୁବନେତା ସଂଗ୍ରାମ କେଶରୀ ପାଇକରାୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ବୁଧବାର ଏଭ ଭବ୍ୟ କାର୍ଯ୍ୟକ୍ରମରେ ଶ୍ରୀ ପାଇକରାୟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଖଦି ସୂତା ପିନ୍ଧାଇ ବିଧିବଦ୍ଧ ଭାବେ ଖଦି ବୋର୍ଡର ଦାୟିତ୍ୱ ଗ୍ରହଣ କରିଥିଲେ ।
ଏହି ଅବସରରେ ଶ୍ରୀ ପାଇକରାୟ କହିଥିଲେ, ଆଗାମୀ ଦିନରେ ଓଡିଶା ଖଦି ଶିଳ୍ପର ଉନ୍ନତି କରଣ କରିବା ସହିତ ଯୁବଗୋÂୀ ତଥା ସ୍ୱୟଂ ସହାୟକ ଦଳର ମହିଳାମାନଙ୍କୁ ବୈଷୟିକ ତାଲିମ ତଥା ବ୍ୟାଙ୍କରୁ ଋଣ ସହାୟତା ପ୍ରଦାନ କରି ବହୁ ସଂଖ୍ୟାରେ ଉଦ୍ୟୋଗୀ ସୃଷ୍ଟି କରାଇବା ବୋର୍ଡର ପ୍ରାଥମିକ କାର୍ଯ୍ୟ ହେବ । ଗ୍ରାମାଞ୍ଚଳରେ ନିଯୁକ୍ତିର ସୁଯୋଗ ସୃଷ୍ଟି, ଖଦି ଓ ଅଣୁ ଶିଳ୍ପର ଉପôାଦିତ ଦ୍ରବ୍ୟ ବିକ୍ରୟ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ୫ଟି ଆହ୍ୱାନକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଇ ସମଗ୍ର ଓଡିଶାରେ ଖଦି ଓ ଗ୍ରାମଦ୍ୟୋଗର ବିକାଶ କରାଯିବ ଏବଂ ଚଳିତ ବର୍ଷ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ମଧ୍ୟ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ତରଫରୁ ସ୍ୱତନ୍ତ୍ର ଭାବେ ପାଳନ କରାଯିବ ବୋଲି ଶ୍ରୀ ପାଇକରାୟ କହିଥିଲେ । ଦାୟିତ୍ୱ ଗ୍ରହଣ ଅବସରରେ ଖଦି ବୋର୍ଡର ସଚିବ ସରୋଜ କୁମାର ପଟେଲ, ଉପସଚିବ ତ୍ରିଯୋଗୀ ନାରାୟଣ ଦାସ, ରେଣୁପ୍ରଭା ନାୟକଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନବ ନିଯୁକ୍ତ ସଭାପତିଙ୍କୁ ସ୍ୱାଗତ ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons