ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଗାଳି ଓ ମାରିଦେବାର ଧମକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ଅସୁରକ୍ଷିତ ପ୍ରସଙ୍ଗ ବଢ଼ି ଚାଲିଥିବାରେ ପୁଣି ସାମ୍ନାକୁ ଆସିଛି ସାମ୍ବାଦିକଙ୍କ ସୁରକ୍ଷା ଉପରକୁ ପ୍ରଶ୍ନ । ଏହି ଘଟଣା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଲିଙ୍ଗରାଜ ପ୍ରସାଦ ଗ୍ରାମରେ ଘଟିଛି । ବିଶେଷ ଖବର ସୂତ୍ରରୁ ଆମ ପ୍ରତିନିଧି ସେହି ଗ୍ରାମର ଜଣେ ମୃତ ବ୍ୟକ୍ତି ଜିତୁରାଜ ନାୟକ(୨୭ବର୍ଷ) ଙ୍କ ମୃତ୍ୟୁ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ ।



କିନ୍ତୁ ସେଠାରେ ଖବର ସଂଗ୍ରହ କରିବା ବେଳେ ହଠାତ୍ ସେହି ଗ୍ରାମର କିଛି ବ୍ୟକ୍ତି ଏକତ୍ରିତ ହୋଇ ରହିଥିବା ବେଳେ ସେଥିରୁ ଜଣେ ବ୍ୟକ୍ତି ଉତ୍ତେଜିତ ହୋଇ ବାହାରି ଆସି ଲୋକମାନଙ୍କ ସମ୍ମୁଖରେ ଆମ ପ୍ରତିନିଧିଙ୍କୁ ଗାଁ ପ୍ରବେଶ ନକରିବା ସହ ଅଶାଳୀନ ଭାଷା ପ୍ରୟୋଗ କରିଥିଲେସେ ନିଜକୁ ଏକ ମୁଖିଆ ଭାବେ ପରିଚୟ ଦେଉଥିଲେ । ଏବଂ ସେହି ମୃତ ବ୍ୟକ୍ତିଙ୍କ ଖବର ସଂଗ୍ରହ କରିବାକୁ ବାରମ୍ବାର ବାରଣ କରିବା ସହ ଗାଁ ଲୋକଙ୍କୁ ମଧ୍ୟ ଉସ୍କାଉଥିଲେ



ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଧୁସୁଦନ ସିଂହ ଏବଂ ତାଙ୍କ ସହଯୋଗୀ ପ୍ରଫୁଲ୍ଲ କୁମାର ମହାନ୍ତି ଆମ ପ୍ରତିନିଧିଙ୍କୁ ଅଶିଳଭାଷାରେ ଗାଳିଗୁଲଜ କରିଥିଲେ । ଏବଂ ସେହି ଦୁଇ ବ୍ୟକ୍ତି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମାରିଦେବା ସହ ତାଙ୍କ ପରିବାରକୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସେହି ଗ୍ରାମରେ ପ୍ରବେଶ ନକରାଇ ଦେବା ସହ ତାଙ୍କ ଉପରେ ଅନେକ ନାରୀ ନର୍ଯ୍ୟାତନା ଓ ଗ୍ରାମର ଅନେକ ସମସ୍ୟାରେ ଛନ୍ଦିବା ପାଇଁ ଧମକ ମଧ୍ୟ ଦେଇଥିଲେ



ଏହି ଘଟଣାର ଖବର ପାଇଁ ଓଡ଼ଗାଁ ଆଦର୍ଶ ଥାନାର ଏସ୍ଆଇ ବଂଶୀଧର ବିଶ୍ୱାଳ ସେହି ଗ୍ରାମରେ ପହଂଚି ଘଟଣାର ତଦନ୍ତ ଜାରି ରଖିବାକୁ କହି ଓଡ଼ଗାଁ ଥାନାକୁ ଫେରି ଯାଇଥିଲେ । କିନ୍ତୁ ଆମ ପ୍ରତିନିଧି ତାଙ୍କ ଜୀବନ ପ୍ରତି ବିପଦ ଅନୁଭବ କରିବାରୁ ସେ ଥାନାରେ ଏତଲା ଦାଏର କରିଥିଲେ । ଏତଲା ଦେବା ପରେ ଧାରା ଆଇପିସି ୧୮୬୦ସେକ୍ସନ ୨୯୪,୫୦୬,୩୪ରେ ପୋଲିସ କେସ୍ ରୁଜୁ କରିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons