ସାମ୍ବାଦିକଙ୍କୁ ଆକ୍ରମଣ କଲେ, ସସପେଣ୍ଡ ହେଲେ, ବାଲୁଖଣ୍ଡ ଅଭୟାରଣ୍ୟର ଦୁଇ ବନକର୍ମଚାରୀଙ୍କୁ ନିଲମ୍ବିତ କଲେ ପୁରୀ ଡିଏଫଓ

Get real time updates directly on you device, subscribe now.

ପୁରୀ: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବନବିଭାଗର କାର୍ୟ୍ୟାନୁଷ୍ଠାନ । ଆକ୍ରମଣ କରିଥିବା ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବିତ କଲେ ପୁରୀ ଡିଏଫଓ । ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟ ଗାର୍ଡ ବିରଜା ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି ।ତେବେ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କ୍ୟାମେରାମ୍ୟାନ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଫରେଷ୍ଟର ଏବଂ ଫରେଷ୍ଟଗାର୍ଡ । ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ମାଡ ମାରିଥିବା ଦୁଇ ବନ ଅଧିକାରୀଙ୍କ ବିରୋଧରେ ପେଣ୍ଠକଟା ମେରାଇନ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons