ଖରସ୍ରୋତାରେ ବୁଡ଼ିଗଲେ ଦୁଇ ଭଉଣୀ: ଜଣେ ଉଦ୍ଧାର, ଜଣେ ନିଖୋଜ

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁରସଦର ଥାନା ଅନ୍ତର୍ଗତ ସାନସୁଜନପୁରସ୍ଥିତ ଖରସ୍ରୋତା ନଦୀର ତନ୍ତିଘାଇ ନିକଟରେ ଗାଧୋଉଥିବା ବେଳେ ଆଜି ଦୁଇଜଣ ଛାତ୍ରୀ ବୁଡ଼ି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣଙ୍କର ପତ୍ତା ମିଳିପାରିନାହିଁ । ନିଖୋଜ ଛାତ୍ରୀଜଣକ ହେଲେ ଏହି ଥାନା ଅଧୀନ ଏରବାଙ୍କ ପଞ୍ଚାୟତ ସାନସୁଜନପୁର ଗ୍ରାମର କଲିମଉଦ୍ଧିନଙ୍କ ଝିଅ ସାହିସ୍ତା ବେଗମ୍(୧୪) ଓ ଉଦ୍ଧାର ଛାତ୍ରୀ ତାଙ୍କ ଦାଦା ଝିଅ ଭଉଣୀ ନାଜିରିନ୍ ବେଗମ୍ ।
ସାହିସ୍ତା ଓ ନାଜିରିନ୍ ଆଜି ସାଙ୍ଗମାନଙ୍କ ସହ ନଦୀରେ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ଉଭୟ ନଦୀରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ନାଜିରିନ୍ଙ୍କୁ ଉଦ୍ଧାର କରିଥିଲେ । ହେଲେ ସାହିସ୍ତାର ପତ୍ତା ମିଳିପାରିନଥିଲା । ଖବର ପାଇ ବରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚô ଦୀର୍ଘ ସମୟ ଖୋଜାଖୋଜି କରିଥିଲେ ବି ସାହିସ୍ତାକୁ ପାଇନଥିଲେ । ରିପୋର୍ଟ ଲେଖା ହେବା ବେଳକୁ ସାହିସ୍ତାର କୌଣସି ସନ୍ଧାନ ମିଳିପାରିନାହିଁ । ଯାଜପୁର ସଦର ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ନିଖୋଜ ଛାତ୍ରୀଜଣକ ସ୍ଥାନୀୟ ରୁଦ୍ରଚରଣ ଉଚ୍ଚ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons